Latest Odisha News

BREAKING NEWS

ନୃପେନ୍ଦ୍ର ମିଶ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କ ପିଏସ୍ ପଦବୀ ଛାଡ଼ିଲେ; ଓଡ଼ିଶା ଜନ୍ମିତ ପି କେ ମିଶ୍ରଙ୍କୁ ମିଳିପାରେ ଏହି ପଦ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବ ଭାବେ ଅବସ୍ଥାପିତ ଥିବା ନୃପେନ୍ଦ୍ର ମିଶ୍ର ଏହି ପଦ ତ୍ୟାଗ କରିବା ପରେ ତାଙ୍କ ସ୍ଥାନରେ ଓଡ଼ିଶା ଜନ୍ମିତ ପି କେ ମିଶ୍ର ଏହି ପଦରେ ନିଯୁକ୍ତ ହୋଇପାରନ୍ତି ।

ଅଧୁନା ପିକେ ମିଶ୍ର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ପ୍ରମୁଖ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି ।

କେତେକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶିତ ହୋଇଛି ଯେ, କ୍ୟାବିନେଟ୍ ସେକ୍ରେଟାରୀ ପି କେ ସିହ୍ନା ଏକଦା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର କର୍ତ୍ତବ୍ୟ ଲାଗି ନିଯୁକ୍ତ ରହିଥିଲେ ତାଙ୍କୁ ଏବେ ଏହି ପଦରେ ଅବସ୍ଥାପିତ କରାଯାଇପାରେ ।

ନୃପେନ୍ଦ୍ରଙ୍କ ଅବ୍ୟାହତି ପରେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି ତାଙ୍କୁ ଅବସର କାଳୀନ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସେ ଯେତେବେଳେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ସେତେବେଳେ ନୃପେନ୍ଦ୍ର ହିଁ ତାଙ୍କୁ ସମସ୍ତ ଶାସନ ବ୍ୟବସ୍ଥା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଅବଗତ କରାଇଥିଲେ ।

Leave A Reply

Your email address will not be published.