Latest Odisha News

BREAKING NEWS

ରାଜଧାନୀରେ ଜବତ ହେଲା ବ୍ରାଉନସୁଗାର, ଦୁଇ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ବ୍ରାଉନସୁଗାର ଜବତ ହୋଇଛି । କ୍ୱିକ ଆକ୍ସନ ଟିମ(କ୍ୱାଟ) ଓ ନାୟପଲ୍ଲୀ ପୋଲିସ ଶୁକ୍ରବାର ଦିନ ମିଳିତ ଭାବେ ଚଢ଼ାଉ କରି ଡେଲଟା ଛକରୁ ୩୪ ଗ୍ରାମ ବ୍ରାଉନସୁଗାର ସହ ଦୁଇ ଜଣଙ୍କୁ ଗିରଫ କରିଛନ୍ତି ।

ଗିରଫ ବ୍ୟକ୍ତି ଦ୍ୱୟଙ୍କ ନାମ ସନ୍ତୋଷ ରାଉତରାୟ ଓ ସୁରେନ୍ଦ୍ର ସିଂ, ସେମାନେ ଯଥାକ୍ରମେ ଖୋର୍ଦ୍ଧା ଓ ବାଲେଶ୍ଵରର ବାସିନ୍ଦା ବୋଲି ଜଣାପଡିଛି । ଏହାସହ ସେମାନଙ୍କ ଠାରୁ ଗୋଟିଏ ମୋଟରସାଇକେଲ, ଦୁଇଟି ମୋବାଇଲ ଫୋନ ସହ ୩୫୩୦ ଟଙ୍କା ଜବତ କରିଥିବା ପୋଲିସ ସୂଚନା ଦେଇଛି ।

ଅଭିଯୁକ୍ତଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିବା ସହ ପୋଲିସ ତଦନ୍ତ ଚାଲୁ ରଖିଛି ।

Leave A Reply

Your email address will not be published.