Latest Odisha News

BREAKING NEWS

ଶ୍ରୀଗୁଣ୍ଡିଚା ମନ୍ଦିରରେ ପାଳିତ ହେଲା ନୃସିଂହ ଚତୁର୍ଦ୍ଦଶୀ

ପୁରୀ: ଲକ୍ଡ଼ାଉନ ସତ୍ୱେ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ନିରାଡ଼ମ୍ବର ଭାବେ ଶ୍ରୀକ୍ଷେତ୍ରରେ ପାରମ୍ପରିକ ଭାବେ ପାଳିତ ହୋଇଛି ନୃସିଂହ ଚତୁର୍ଦ୍ଦଶୀ । ନାରଦଙ୍କ ନିଦେ୍ର୍ଧଶରେ ରାଜା ଇନ୍ଦ୍ରଦୁ୍ୟମ୍ନ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ସ୍ଥାପନ ପୂର୍ବରୁ ଗୁଣ୍ଡିଚା ମନ୍ଦିର ପାଶ୍ୱର୍ସ୍ଥ ନୃସିଂହ ବା ଯଜ୍ଞ ନୃସିଂହ ଠାକୁରଙ୍କୁ ପୂଜାକରି ଯଜ୍ଞ କରିବା ଏବଂ ପରେ ପରେ ନୃସିଂହ ରୂପି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିବା ସ୍କନ୍ଦପୂରାଣରେ ସ୍ପଷ୍ଟ ଉଲ୍ଲେଖ ରହିଛି । ପ୍ରତିବର୍ଷ ନୃସିଂହ ଜନ୍ମଦିନ ବା ନୃସିଂହ ଚତୁର୍ଦ୍ଦଶୀକୁ ଏକ ଧାର୍ମିକ ଜନଜାଗରଣରେ ସମଗ୍ର ଶ୍ରୀକ୍ଷେତ୍ରରେ ପାଳନ କରାଯାଇଥାଏ ।

ଆଜି ଦିନରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ମାଉସୀ ମାଆ ଅର୍ଦ୍ଧାଶିନୀ ବା ମାଉସୀମା ମନ୍ଦିରରେ ଜଳାଶୟରେ ପର୍ବ ପାଳିତ ହୋଇଛି ।

ଅଧିକ ପଢନ୍ତୁ: ଜାଣନ୍ତୁ, ଶ୍ରୀମନ୍ଦିରରେ କିପରି ପାଳିତ ହୁଏ ନୃସିଂହଙ୍କ ଜନ୍ମନୀତି

ଠାକୁରାଣୀଙ୍କୁ ଶୀତଳତା ପ୍ରଦାନ କରିବା ପାଇଁ ସୁଗନ୍ଧିତ ଜଳରେ ମା’ଙ୍କୁ ସ୍ନାନ କରାଯାଇଥିଲା । ଜଳମଧ୍ୟରେ ମା’ଙ୍କୁ ରଖାଯାଇଥିଲା ।

ପରମ୍ପରା ଅନୁଯାୟୀ ସ୍ଥାନୀୟ ବ୍ରାହ୍ମଣ ଯୁବକମାନେ କୂଅରୁ ଗରାରେ ପାଣି ଆଣି ଲାଗି କରାଇଥାଆନ୍ତି । ଏହି ସମସ୍ତ କାର୍ଯ୍ୟକ୍ରମକୁ ବିଧିମୁତାବକ ପାଳନ କରାଯାଇଛି ।

ଶ୍ରୀଗୁଣ୍ଡିଚା ମନ୍ଦିରରେ ମୁଖ୍ୟ ପୂଜକ ବିଶ୍ୱନାଥ ମିଶ୍ର ଏହି ସମସ୍ତ କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରିଛନ୍ତି । ଏହି ସମସ୍ତ କାର୍ଯ୍ୟ ଗୁଡ଼ିକ ବିଧିର ସହିତ ପାଳନ କରାଯିବା ସହିତ ସ୍ୱଳ୍ପ ଲୋକମାନଙ୍କ ଦ୍ୱାରା ପରିଚାଳିତ ହୋଇଛି । ସର୍ବାଗ୍ରେ ସାମାଜିକ ଦୂରତା ରକ୍ଷା କରାଯାଇ ସମସ୍ତ ପ୍ରକାର ନୀତିକାନ୍ତି ଅନୁÂିତ ହୋଇଛି ।

 

 

 

 

 

 

 

 

 

 

 

Leave A Reply

Your email address will not be published.