Latest Odisha News

BREAKING NEWS

ଓଡ଼ିଶାରେ NSG ଟିମ୍: ଆଜି ଲିଙ୍କରାଜ ମନ୍ଦିରରେ ମକଡ୍ରିଲ୍, ୧୮ରେ ଶ୍ରୀମନ୍ଦିରରେ ସୁରକ୍ଷା ଯାଞ୍ଚ

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଛି ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡର (NSG) ପାଞ୍ଚ ଜଣିଆ ଟିମ୍ । ଏଥିରେ ଦୁଇ ଜଣ ଅଧିକାରୀ ଅଛନ୍ତି । ଏହି ଟିମ୍ ଆଜି ଲିଙ୍ଗରାଜ ମନ୍ଦିରରେ ମକ୍ ଡ୍ରିଲ୍ କରିବା କାର୍ଯ୍ୟକ୍ରମ ରହିଛି । ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବ ଏନଏସଜି ଟିମ୍ । କାଲି କୋଣାର୍କରେ ହେବ ସୁରକ୍ଷା ଯାଞ୍ଚ । ସେହିପରି ଆସନ୍ତା ୧୮ ତାରିଖରେ ପୁରୀ ଯିବ । ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବ ଏନଏସଜିର ପାଞ୍ଚ ଜଣିଆ ଟିମ୍ ।

ଓଡ଼ିଶା ପୋଲିସ ସହ ମିଶି ଏନଏସଜି ଟିମ୍ ମକଡ୍ରିଲ୍ କରିବା କାର୍ଯ୍ୟକ୍ରମ ରହିଛି । ବିଭିନ୍ନ ସମୟରେ ପୁରୀ ଶ୍ରୀମନ୍ଦିର ଆତଙ୍କବାଦୀଙ୍କ ଟାର୍ଗେଟର ରହି ଆସିଛି । ଏହାକୁ ଦୃଷ୍ଟିରେ ରଖି ଏନଏସଜି ଟିମକୁ ରାଜ୍ୟ ସରକାର ନେଇଥିବା ସମସ୍ତ ପଦକ୍ଷେପ ଓ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇବେ । ଶ୍ରୀମନ୍ଦିର ସୁରକ୍ଷା ନେଇ ଐତିହ୍ୟ କରିଡର କାମ ଆରମ୍ଭ ପରେ ପ୍ରଥମ ଥର ପୁରୀ ଯାଉଛନ୍ତି ଏନଏସଜି ଟିମ୍ । ଗତକାଲି ଚାରି ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛି ଏନଏସଜି ଟିମ୍ ।

Leave A Reply

Your email address will not be published.