Latest Odisha News

BREAKING NEWS

ସମାଜରେ ଅତ୍ୟଧିକ ଭେଦଭାବର ଶିକାର ହେଉଛନ୍ତି କେଶହୀନ ବ୍ୟକ୍ତି

ନୂଆଦିଲ୍ଲୀ: ସାଧାରଣତଃ ଲୋକମାନେ କେଶହୀନ ବ୍ୟକ୍ତିଙ୍କୁ ଏକ ଭିନ୍ନ ଦୃଷ୍ଟିକୋଣରୁ ଦେଖନ୍ତି। ତେବେ ଏହା ପଛର କାରଣ ଜାଣିବା ପାଇଁ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ଆମେରିକାର ୨ ହଜାରରୁ ଅଧିକ ଲୋକଙ୍କ ଉପରେ ଏକ ଅନଲାଇନ୍ ସର୍ଭେ କରିଥିଲା ​​ଏବଂ ଜାଣିବାକୁ ପାଇଲା ଯେ ସମାଜ ଏହି କେଶହୀନ ବ୍ୟକ୍ତିଙ୍କୁ ଅସୁନ୍ଦର, ଅପରିଷ୍କାର ଏବଂ ହୃଦୟହୀନ ବୋଲି ମନେ କରିଥାନ୍ତି। କେଶହୀନ ଲୋକମାନେ ସମାଜରେ ଅତ୍ୟଧିକ ଭେଦଭାବର ଶିକାର ହେଉଥିବା ଜଣାଯାଇଛି।

ଏପରିକି ପ୍ରତି ୬ ଜଣଙ୍କ ମଧ୍ୟରୁ ଜଣେ ଏହି କେଶହୀନ ବ୍ୟକ୍ତିଙ୍କ ସହ କଥା ହେବାକୁ ଇଚ୍ଛା ପ୍ରକାଶ କରନ୍ତି ନାହିଁ।ସର୍ବେକ୍ଷଣ ଆକଳନରୁ ଜଣାପଡିଛି ଯେ ୬.୨ ପ୍ରତିଶତ ଲୋକ ଅଛନ୍ତି ଯେଉଁମାନେ ଏକ କେଶହୀନ ବ୍ୟକ୍ତିଙ୍କୁ ଚାକିରୀ ଦେବାକୁ ଦ୍ୱିଧାବୋଧ କରନ୍ତି।

ହେବାର କାରଣ କ’ଣ?

ଜଣେ ବ୍ୟକ୍ତି କେଶୀନ ହେବା ବିଜ୍ଞାନ ଭାଷାରେ ଏଲୋପେସିଆର ନାମକ ଏକ ରୋଗ। ଏହା ଏକ ଅଟୋ ଇମ୍ୟୁନ ଡିଜିଜ୍‌। ଯେଉଁଥିରେ ରୋଗ ପ୍ରତିରୋଧକ ଶକ୍ତି ଯାହା ଶରୀରକୁ ରୋଗରୁ ରକ୍ଷା କରିଥାଏ ତାହା ହିଁ ହେୟାର ଫୋଲିକଲ୍ସ ଉପରେ ଆକ୍ରମଣ କରିବା ଆରମ୍ଭ କରିଥାଏ। ଏହାଦ୍ୱାରା କେଶ ଶୀଘ୍ର ଝଡିଯାଏ ଏବଂ ଜଣେ ବ୍ୟକ୍ତି ଧୀରେ ଧୀରେ କେଶହୀନ ହୋଇଯାଏ।

ବିଶେଷ କଥା ହେଉଛି ଏଲୋପେସିଆର କୌଣସି ସଠିକ ଚିକିତ୍ସା ଏପର୍ଯ୍ୟନ୍ତ ଆବିଷ୍କୃତ ହୋଇନାହିଁ।

ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ଚନ୍ଦାପଣଣ ଗୋଟିଏ କି ଦୁଇଟି ନୁହେଁ ବରଂ ଅନେକ କାରଣ ଥାଇପାରେ। ଯେଉଁଥିରେ ଫ୍ୟାମିଲି ହିଷ୍ଟ୍ରିଠାରୁ ଆରମ୍ଭ କରି ହର୍ମୋନ୍ ପରିବର୍ତ୍ତନ, ପୁଷ୍ଟିକର ଅଭାବ, ଅତ୍ୟଧିକ ଚାପ ଏମିତି ଅନେକ କିଛି କାରଣ ଥାଇପାରେ।

ଏହା ବ୍ୟତୀତ ରାସାୟନିକ କେଶ ଦ୍ରବ୍ୟର ଅତ୍ୟଧିକ ବ୍ୟବହାର, ସାମ୍ପୁ ଏବଂ ତେଲର ବାରମ୍ବାର ପରିବର୍ତ୍ତନ ଏବଂ କେଶରେ ତେଲ ପ୍ରୟୋଗ ନକରିବା ମଧ୍ୟ କେଶହୀନ ହେବାର କାରଣ ବୋଲି ଜଣାଯାଇଛି।

Leave A Reply

Your email address will not be published.