Latest Odisha News

BREAKING NEWS

ପ୍ରକାଶ ପାଇଲା ୨୦୨୪ ନିଟ, ଜେଇଇ ପରୀକ୍ଷା ତାରିଖ: ଜାଣନ୍ତୁ କେବେ ଅଛି କେଉଁ ପରୀକ୍ଷା

ନୂଆଦିଲ୍ଲୀ: ୨୦୨୩-୨୦୨୪ ଶିକ୍ଷା ବର୍ଷ ପାଇଁ କେବେ ଜେଇଇ, ନିଟ ପରୀକ୍ଷା ? ଏ ନେଇ ତାରିଖ ଘୋଷଣା କରିଛି ନାଶନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ (NTA) । ଏନଟିଏ ପକ୍ଷରୁ ଜାରି ସୂଚନା ଅନୁସାରେ, ଜେଇଇ ମେନ ପରୀକ୍ଷା ସେସନ-୧ ୨୦୨୪ ଜାନୁଆରୀ-ଫେବୃଆରୀରେ ହେବ । ସେସନ -୨ ହେବ ୨୦୨୪ ଏପ୍ରିଲରେ । ସେହିପରି ନିଟ ୟୁଜି ଏବଂ ସିୟୁଇଟି ୟୁଜି ପରୀକ୍ଷା ୨୦୨୪ ମେ’ ମାସରେ ଆୟୋଜିତ ହେବ । ଦେଶରର ହେବାକୁ ଥିବା ବଡା ପରୀକ୍ଷାର ତାରିଖ ବିଷୟରେ ସୂଚନା ଦେଇଛି ଏନଟିଏ । ପରୀକ୍ଷାର୍ଥୀ ଏନଟିଏର ଅଫିସିଆଲ ୱେବସାଇଟକୁ ଯାଇ ପରୀକ୍ଷା ସିଡ୍ୟୁଲ ଚେକ କରିପାରିବେ ।

ଜେଇଇ ମେନ ପରୀକ୍ଷା ଦୁଇଟି ସ୍ତରରେ କରାଯିବ । ସବୁଠାରୁ ମଡ ମେଡିକାଲ ପ୍ରବେଶିକା ପରୀକ୍ଷା NEET UG 2024 ମେ’ ୫ ତାରିଖରେ ଆୟୋଜନ କରାଯିବ । ଫଳାଫଳ ପରୀକ୍ଷାର ତିନି ସପ୍ତାହ ମଧ୍ୟରେ ଘୋଷିତ କରାଯିବ ।

ସେହିପରି ଜେଇଇ ମେନର ପ୍ରଥମ ପର୍ଯ୍ୟାୟର ପରୀକ୍ଷା ଜାନୁଆରୀ ୨୪ ତାରିଖରୁ ଫେବ୍ରୁଆରୀ ୧ ମଧ୍ୟରେ କରାଯିବ । ୨ୟ ପର୍ଯ୍ୟାୟ ପରୀକ୍ଷା ଏପ୍ରିଲ ୧ରୁ ୧୫ ମଧ୍ୟରେ ଆୟୋଜନ କରାଯିବ ।

ଏନଟିଏର ଅଫିସିଆଲ ସର୍କୁଲାରରେ କୁହାଯାଇଛି, NEET UG 2024ର ଫଳାଫଳ ୨୦୨୪ ଜୁନ ୨ୟ  ସପ୍ତାହ ମଧ୍ୟରେ ପ୍ରକାଶ ପାଇବ  । ଏହା ଭିତରେ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ କମନ ୟୁନିଭର୍ସିଟି ପ୍ରବେଶ (CUET PG) ୨୦୨୪ ମାର୍ଚ୍ଚ ୧୧ରୁ ମାର୍ଚ୍ଚ ୨୮  ମଧ୍ୟରେ କରାଯିବ । ଏହାର ଫଳାଫଳ ଶେଷ ପରୀକ୍ଷାର ତିନି ସପ୍ତାହ ମଧ୍ୟରେ ପ୍ରକାଶ ପାଇବ । ତେବେ ସିୟୁଇଟି ୟୁଜି ପରୀକ୍ଷାର ରେଜିଷ୍ଟ୍ରେସନ ତାରିଖ ଏ ଯାଏ ଘୋଷଣା କରାଯାଇ ନାହିଁ ।

Comments are closed.