Latest Odisha News

BREAKING NEWS

ଦେବ୍ରିଗଡ ଜଙ୍ଗଲରେ ମୃତ ବାଘ ଶିକାର ତଦନ୍ତ କରିବ ଏନଟିସିଏ

ଭୁବନେଶ୍ୱର : ନୂଆଦିଲ୍ଲୀସ୍ଥିତ ଜାତୀୟ ବ୍ୟାଘ୍ର ସଂରକ୍ଷଣ ବିଭାଗ (ଏନଟିସିଏ) ଦେବ୍ରିଗଡ ଜଙ୍ଗଲରୁ ଉଦ୍ଧାର ହୋଇଥିବା ମୃତ ବାଘର ଶିକାର ନେଇ ତଦନ୍ତ କରିବ ।

ଗଣମାଧ୍ୟମକୁ ସୂଚନା ଦେଇ ଏନଟିସିଏ ଅଧ୍ୟକ୍ଷ ଅନୁପ ନାୟକ କହିଛନ୍ତି “ ଦେବ୍ରିଗଡ ବାଘ ମୃତ୍ୟୁ ଘଟଣାର ତଦନ୍ତ କରିବା ପାଇଁ ଗଠନ ହୋଇଥିବା ଦୁଇ ଜଣିଆ ଟିମ୍ ଦେବ୍ରିଗଡ ଅଭୟାରଣ୍ୟ ଅଭିମୁଖେ ବାହାରିବେ । ଏଥିସହିତ ଏହି ଟିମ୍ ୧୦ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ପ୍ରଦାନ କରିବା ନେଇ ସେ କହିଛନ୍ତି ।

ଉଲ୍ଲେଖାଯାଗ୍ୟ ଯେ କିଛି ଦିନ ପୂର୍ବରୁ ଦେବ୍ରିଗଡ ଜଙ୍ଗଲରୁ ମିଳିଥିବା ଏକ ଗଳିତ ଶବଉଦ୍ଧାର କରାଯାଇଥିବା ବେଳେ ଏହାର ଚିହ୍ନଟକୁ ନେଇ ଗଳିତ ଶବଟି ମହାବଳ ବାଘର ହୋଇଥିବା ନେଇ ଚର୍ଚ୍ଚା ହେଉଥିବାବେଳେ କେହିକେହି ଏହାକୁ କଲରାପତରିଆ ବାଘର ଗଳିତ ଶବ ବୋଲି କହିଥିଲେ । ଅନ୍ୟପକ୍ଷରେ ପୋଷ୍ଟମର୍ଟମରୁ ଏହା ୨ରୁ ୩ଦିନ ପୁରୁଣା ଗଳିତ ଶବ ବୋଲି ଜଣାପଡିଥିବା ନେଇ ପିସିସିଏଫ୍ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଥିଲେ ।

ଆହୁରି ମଧ୍ୟ ନିଜ କାର୍ଯ୍ୟରେ ଅବହେଳା କରିଥିବା ନେଇ କମଗାଁ ଫରେଷ୍ଟର ପର୍ଶୁରାମ ବେହେରା ଓ ଖଜୁରିଆ ଫରେଷ୍ଟ ଗାର୍ଡ ପ୍ରଭାସିନୀ ମହାନନ୍ଦଙ୍କୁ ଡିଭିଜିନାଲ୍ ଫରେଷ୍ଟ ଅଫିସର ଅଭୟ ଦଳେଇ ନିଲମ୍ବିତ କରିଥିଲେ ।

ଅଧିକ ପଢନ୍ତୁ:- ଦେବ୍ରୀଗଡ ଜଙ୍ଗଲରୁ ମିଳିଥିବା ଗଳିତ ଜୀବ ଏକ କଲରାପତରିଆ ବାଘ- ବନବିଭାଗ

Leave A Reply

Your email address will not be published.