Latest Odisha News

BREAKING NEWS

ଏନଟିପିସି ର‌୍ୟାଙ୍କିଙ୍ଗ ତୀରନ୍ଦାଜ: ସବ ଜୁନିୟର କମ୍ପାଉଣ୍ଡ ନକଆଉଟରେ ପାୟଲ

ପୁରୀ: ସ୍ଥାନୀୟ ଜଗନ୍ନାଥ କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଏନଟିପିସି ତୃତୀୟ ତୀରନ୍ଦାଜ ର‌୍ୟାଙ୍କିଙ୍କ ଟୁର୍ଣ୍ଣାମେଂଟରେ ବୁଧବାର ଓଡିଶାର ସବ ଜୁନିୟର ପ୍ରତିଯୋଗୀମାନେ ଭଲ ପ୍ରଦର୍ଶନ କରିଛନ୍ତି । ପାରା ଆର୍ଚ୍ଚେରୀରେ ଦୃଷ୍ଟି ଆକର୍ଷଣ କରିଥିବା ଓଡିଶାର ପାୟଲ ନାଗ କମ୍ପାଉଣ୍ଡ ବିଭାଗରେ ୧୦ମ ସ୍ଥାନରେ ରହି ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି । ସେହିପରି ରିକର୍ଭ ରାଉଣ୍ଡରେ ଓଡିଶାର ଉଜ୍ଜ୍ୱୟନୀ କେଶରୀ, ପ୍ରଜ୍ଞା ଦଳେଇ ଓ ମାନଶ୍ୱରୀ ହାଁସଦା ଯଥାକ୍ରମେ ୧୦ମ ୧୫ତମ ଓ ୪ର୍ଥ ସ୍ଥାନରେ ରହି ନକଆଉଟକୁ ଉନ୍ନୀତ ହୋଇଛନ୍ତି । ଗୁରୁବାର ନକଆଉଟ ପର୍ଯ୍ୟାୟ ଆୟୋଜିତ ହେବା ପରେ ଶୀର୍ଷ ସ୍ଥାନ ହାସଲ କରିଥିବା ତୀରନ୍ଦାଜମାନଙ୍କ ନାମ ଘୋଷଣା କରାଯିବ ।

ରାଜ୍ୟ ଆସୋସିଏଶନର ସମ୍ପାଦକ ସମ୍ପୂର୍ଣ୍ଣନନ୍ଦ ଦାସ ପ୍ରତିଯୋଗିତାକୁ ସୁଚାରୁରୂପେ ପରିଚାଳନା କରୁଛନ୍ତି । ମଙ୍ଗଳବାର ପାୟଲଙ୍କ ତୀରନ୍ଦାଜ ଶୈଳୀ ସମସ୍ତଙ୍କୁ ଆକୃଷ୍ଟ କରିଥିଲା । ଆଗାମୀ ଦିନରେ ସେ ରାଜ୍ୟ ତଥା ଦେଶପାଇଁ ନାମ କମାଇବେ ବୋଲି ଆସୋସିଏଶନ ପକ୍ଷରୁ ଦୃଢ଼ ଆଶାପୋଷଣ କରାଯାଇଛି ।

Comments are closed.