ଲକ୍ଷ୍ନୌ: ଏଣିକି ବିଧାନସଭାରେ ପାନ, ଗୁଟଖା ବ୍ୟାନ। ୟୁପିର ବିଧାନସଭାରେ ମଙ୍ଗଳବାର ଦିନ ଅଧିବେଶନ ଚାଲିଥିବା ସମୟରେ ଜଣେ ବିଧାୟକ ପାନ ମସଲା ଖାଇ ବିଧାନସଭାର ମୁଖ୍ୟ ଦ୍ୱାରରେ ଛେପ ପକାଇଥିଲେ। ଯାହାକୁ ନେଇ ବାଚସ୍ପତି ଖୁବ୍ ବର୍ଷିବା ସହ ଏଭଳି ନିଷ୍ପତ୍ତି ନେଇଛନ୍ତି।
ଏପରିକି କାର୍ପେଟରେ ପଡ଼ିଥିବା ପାନ ମସଲାର ଛେପ ବାଚସ୍ପତି ସଫା କରାଇଥିବାର ମଧ୍ଯ ଜଣାପଡିଛି। ବ୍ୟାନ ପରେ ଯଦି କେହି ଗୁଟଖା ଖାଉଥିବାର ଧରାପଡନ୍ତି ତାହେଲେ ୧୦୦୦ ଟଙ୍କା ଜୋରିମାନା ଦେବାକୁ ପଡିବ ବୋଲି କୁହାଯାଉଛି।
ଏହି ଘଟଣା ପରେ ବାଚସ୍ପତି କହିଛନ୍ତି ଯେ କିଛି ସଦସ୍ୟ ବିଧାନସଭା ପରିସରରେ ପାନ ମସଲା ଖାଇ ଏହାର ଆଖପାଖ ସ୍ଥାନଗୁଡ଼ିକୁ ମଇଳା କରୁଛନ୍ତି। ସେ ବ୍ୟକ୍ତିଗତ ଭାବରେ କୌଣସି ସଦସ୍ୟଙ୍କ ନାମ ନ ନେଇ ସେମାନଙ୍କ ଚେହେରା ସିସିଟିଭିରେ ଦେଖିଥିବା କଥା କହିଛନ୍ତି। ତେବେ ବିଧାନସଭା ସମସ୍ତଙ୍କର ଅଟେ ଓ ଏହାକୁ ସଫାସୁତୁରା ରଖିବା ସମସ୍ତଙ୍କର କର୍ତ୍ତବ୍ଯ ବୋଲି ସେ କହିଛନ୍ତି।
Comments are closed.