Latest Odisha News

BREAKING NEWS

ନୂଆଁଖାଇ ପର୍ବ ସମସ୍ତଙ୍କୁ ସମ୍ମାନ ଓ ଏକାଠି କାମ କରିବାକୁ ପ୍ରେରଣା ଦିଏ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ନୂଆଁଖାଇ ଆମ ସଂସ୍କୃତିର ଏକ ମହାନ ପର୍ବ ଏବଂ ଏହି ପର୍ବ ସମସ୍ତଙ୍କୁ ସମ୍ମାନର ସହିତ ଏକାଠି ହୋଇ କାମ କରିବାକୁ ପ୍ରେରଣାର ବାର୍ତ୍ତା ଦେଇଥାଏ । ଏହି ମହାନ ବାର୍ତ୍ତାକୁ ଅନୁସରଣ କଲେ ଆମେ ଏକ ଆଦର୍ଶ ସମାଜ ଓ ସମୃଦ୍ଧ ରାଜ୍ୟ ଗଠନ କରିପାରିବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ରବିବାର ଦିନ ସ୍ଥାନୀୟ ୟୁନିଟ୍-୯ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପଶ୍ଚିମ ଓଡିଶା ଅଗ୍ରଣୀ ସଙ୍ଗଠନ ପକ୍ଷରୁ ଆୟୋଜିତ ନୂଆଁଖାଇ ଭେଟଘାଟ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି ।

ଆହୁରି ମଧ୍ୟ ସମ୍ବଲପୁରୀ ଶାଢୀ, ନୃତ୍ୟ ଓ ଗୀତ ଆଜି ସାରା ଓଡିଶାରେ ପ୍ରସିଦ୍ଧି ଲାଭ କରିଥିବା ବେଳେ ଏଥିପାଇଁ ସାରା ଓଡିଶା ବାସୀ ଓ ସେ ନିଜେ ମଧ୍ୟ ବେଶ ଗର୍ବିତ ବୋଲି ଏହି ଅବସରରରେ ପ୍ରକାଶ କରିଛନ୍ତି ।

ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ କିଶୋର ମହାନ୍ତି ଏହି ଅବସରରେ ପଶ୍ଚିମ ଓଡିଶାର ସଂସ୍କୃତି ଓ ନୂଆଁଖାଇ ପର୍ବର ଐତିହ୍ୟ ସମ୍ପର୍କରେ ଅଲୋକପାତ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଙ୍ଗଠନ ପକ୍ଷରୁ ପ୍ରକାଶିତ ସ୍ମରଣିକ ଉନ୍ମୋଚନ କରିଥିଲେ ।

Leave A Reply

Your email address will not be published.