Latest Odisha News

ମଦ ଦୁର୍ନୀତି ଏବଂ ବିପୁଳ ଗଛିତ କଳା ଟଙ୍କା ବିରୋଧରେ ତଦନ୍ତ ଦାବି କଲା ନୂଆପଡା ବିଜେପି

ନୂଆପଡା: ରାଜ୍ୟରେ ମଦ ଦୁର୍ନୀତି ଏବଂ ବିପୁଳ ଗଛିତ କଳା ଟଙ୍କା ବିରୋଧରେ ଗର୍ଜିଲା ନୂଆପଡା ଜିଲ୍ଲା ବିଜେପି l ସାହୁ ବ୍ରଦର୍ସ ଙ୍କ ରାଜୁତି ରେ ଉପାନ୍ତ ନୂଆପଡା ଜିଲ୍ଲାରେ ଗଦା ଗଦା ମଦ ଭାଟି l ଏନେଇ ନୂଆପଡା ଜିଲ୍ଲା ବିଜେପି ପକ୍ଷରୁ ଉପ ଜିଲ୍ଲାପାଳ ଅଫିସ ଆଗରେ ଗର୍ଜିବା ସହ ନାରାବାଜି କରାଯାଇଛି l କଂଗ୍ରେସ ସାଂସଦ ଧୀରୋଜ ସାହୁ ଙ୍କ କୁଶ ପତଳିକା ଦାହ କରିବା ସହ ନୂଆପଡା ଜିଲ୍ଲା ରେ ମଧ୍ୟ ରେଡ ଏବଂ ତଦନ୍ତ କରିବାକୁ ଦାବି କରିଛି ଜିଲ୍ଲା ବିଜେପି l

ପ୍ରଦେଶ ବିଜେପିର ନିର୍ଦ୍ଧେଶ କ୍ରମେ ସାରା ରାଜ୍ୟରେ ବିଜେପି ପକ୍ଷରୁ ପ୍ରତ୍ୟେକ ସବଡିଭିଜନ ରେ ମଦ କାରବାର ଓ କଳାଟଙ୍କା ଗଛିତ ବିରୁଦ୍ଧରେ ଗର୍ଜନ କରିଥିବା ବେଳେ ନୂଆପଡା ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଦୀର୍ଘ ଦିନରୁ ନୂଆପଡା ଜିଲ୍ଲା ଖରିଆର, ସିନାପଲି, ବୋଡେ଼ନ, କୋମନା, ଖରିଆର ପର୍ଯ୍ୟନ୍ତ ଛତୁ ଫୁଟିଲା ଭଳି ଦେଶୀ ଓ ବିଦେଶୀ ମଦ ଭାଟି, ଦୋକାନ ଖୋଲି ଏଠିକାର ଗରିବ, ଦାଦନ ପ୍ରବଣ ଅଞ୍ଚଳକୁ ଲୁଟି ଚାଲିଛନ୍ତି ।

ଏଥିରେ ସ୍ଥାନୀୟ ଅବକାରୀ ଅଧିକାରୀଙ୍କ ସହ ନେତାମନ୍ତ୍ରୀ ଙ୍କୁ ହାତ ବାରିସୀ କରି କୋଟି କୋଟି ଟଙ୍କା ଲୁଟି ଚାଲି ସ୍ଥାନୀୟ ଲୋକଙ୍କ ଆର୍ଥିକ ସ୍ଥିତି କୁ ଦୟନୀୟ କରିଚାଲିଛନ୍ତି । ଏହି ମଦ କାରବାର କୁ ରୋକିବା ପାଇଁ ପୂର୍ବରୁ ବହୁ ଆନ୍ଦୋଳନ ସହ ଦାବି ହେଉଥିଲେ ହେଁ ସରକାର ଙ୍କ ଏହି ଅଞ୍ଚଳ ପ୍ରତି ରହିଥିବା ଉଦାସୀନତା ଯୋଗୁଁ ତାହା ଆହୁରି ବଢ଼ି ବଢି ଚାଲିଛି । ବର୍ତ୍ତମାନ ସାହୁ ବ୍ରଦର୍ସ ଙ୍କ ଉପରେ ହୋଇଥିବା ଆୟକର ଚଢ଼ାଉ ରେ ଶହଶହ କୋଟି ଟଙ୍କା ଜବତ ପରେ ଏଥିରେ ନୂଆପଡା ର ମଧ୍ୟ ସମ୍ପୃକ୍ତି ଜଳଜଳ ଦିଶୁଥିବା ବିଜେପି ନେତା ଓ କର୍ମୀ ମାନେ ଅଭିଯୋଗ କରିଛନ୍ତି ।

ନୂଆପଡ଼ାର ବିଭିନ୍ନ ଦେଶୀ ମଦଭାଟି, ବିଦେଶୀ ମଦ ଦୋକାନ ସହ ଏମାନଙ୍କୁ ସହଯୋଗ କରୁଥିବା ନେତାମାନଙ୍କ ଉପରେ ଚଢ଼ାଉ ପାଇଁ ଦାବୀ ହେଉଛି । ଏହାକୁ ନେଇ ଜିଲ୍ଲା ବିଜେପି କଂଗ୍ରେସ ସାଂସଦ ଧିରୋଜ ସାହୁ ଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ବିଜେଡି ର ଶଙ୍ଖ ଖୋଳପା ରେ କଂଗ୍ରେସର ଟଙ୍କା ବୋଲି କହିବା ସହ ନୂଆପଡା ଜିଲ୍ଳାରେ ତଦନ୍ତ ପାଇଁ ଦାବି କରିଛନ୍ତି ।

 

Comments are closed.