ନୂଆପଡ଼ା: ନୂଆପଡା ଉପନିର୍ବାଚନ ମଇଦାନରେ ବିଗ୍ ଫାଇଟ୍। ଆଜି ନାମାଙ୍କନ ଦାଖଲ କରିବେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ଏଥିପାଇଁ ବିଜେପି ମେଗା ସୋ ଆୟୋଜନ କରିଛି। କମ୍ପିବ ନୂଆପଡ଼ା। ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ନାମାଙ୍କନ ଦାଖଲ କରିବେ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନିଜର ନାମାଙ୍କନ ପତ୍ର ଦାଖଲ କରିବେ।
ଦୁଇ ନେତା ପ୍ରାର୍ଥୀପତ୍ର ଦାଖଲ କଲା ବେଳେ ଶକ୍ତି ପ୍ରଦର୍ଶନ କରିବେ। ହଜାର ହଜାର ସମର୍ଥକଙ୍କ ଗହଣରେ ଯାଇ ପ୍ରାର୍ଥୀପତ୍ର ଦାଖଲ କରିବେ। ଜୟ ଢେଲକିଆଙ୍କ ସହ କେତେକ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ରହିବେ। ଜୟ ଢୋଲକିଆ ୧୬ ତାରିଖରେ ପ୍ରାର୍ଥୀପତ୍ର ଦାଖଲ କରିବାର ଥିଲା । କିନ୍ତୁ ଶୁଭ ମୁହୂର୍ତ୍ତ ନଥିବାରୁ ସେ ଆଜିକୁ ଘୁଞ୍ଚାଇଥିଲେ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟ ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ସମେତ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳର ପଦାଧିକାରୀ ଏହି ଶୋଭାଯାତ୍ରାରେ ସାମିଲ ହେବେ। ସକାଳ ସାଢ଼େ ୧୦ଟାରେ ନୂଆପଡ଼ା ଗୋତମା ଏୟାରଷ୍ଟ୍ରିପରେ ଏକ ମିଶ୍ରଣ ପର୍ବ ଆୟୋଜିତ ହେବ।
ସେହିପରି ଘାସିରାମ ମାଝୀ ନିଜ ସମର୍ଥକଙ୍କ ସହ ଆସି ପ୍ରାର୍ଥୀପତ୍ର ଦାଖଲ କରିବେ। ତାଙ୍କ ସହ ପିସିସି ସଭାପତି ଭକ୍ତ ଚରଣ ଦାସ, ଭବାନୀପାଟଣା ବିଧାୟକ ସାଗର ଚରଣ ଦାସ ଏବଂ କିଛି ବିଧାୟକ ଓ କର୍ମୀ ଉପସ୍ଥିତ ରହିବେ। ସେହିପରି ଆସନ୍ତା ୨୦ ତାରିଖରେ ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ପ୍ରାର୍ଥୀପତ୍ର ଦାଖଲ କରିବେ ଦଳ ପକ୍ଷରୁ ସୂଚନା ମିଳିଛି। ଆଜି ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଗୋଟିଏ ଦିନରେ ନାମାଙ୍କନ ଦାଖଲ କରୁଥିବାରୁ ନୂଆପଡ଼ା କମ୍ପିବ।
Comments are closed.