Latest Odisha News

BREAKING NEWS

ନୂଆପଡା ଉପନିର୍ବାଚନ ତାରିଖ ଘୋଷଣା; ନାମାଙ୍କନ ଦାଖଲର ଶେଷ ତାରିଖ ଅକ୍ଟୋବର ୨୦

ନୂଆପଡା: ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ଗତ ସେପ୍ଟେମ୍ବର ୮ରେ ନୂଆପଡା ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡା ଆସନ ଖାଲି ପଡିଛି ।

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ସୂଚନା ଦେଇଛନ୍ତି ଯେ ନଭେମ୍ବର ୧୧ ​​ତାରିଖରେ ମତଦାନ ଅନୁଷ୍ଠିତ ହେବ, ଭୋଟ ଗଣତି ଓ ଫଳାଫଳ ନଭେମ୍ବର ୧୪ ତାରିଖରେ ହେବ ।

ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଅକ୍ଟୋବର ୧୩ ତାରିଖରେ ଜାରି କରାଯିବ। ନାମାଙ୍କନ ଦାଖଲର ଶେଷ ତାରିଖ ଅକ୍ଟୋବର ୨୦, ତା’ପରେ ଅକ୍ଟୋବର ୨୨ରେ ପ୍ରାର୍ଥୀ ପତ୍ର ଯାଞ୍ଚ କରାଯିବ। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଅକ୍ଟୋବର ୨୪ ବୋଲି ECI କହିଛି।

 

 

Comments are closed.