Latest Odisha News

BREAKING NEWS

ଖରିଆର ରୋଡ୍ ଏନଏସିରେ ବିଜେଡିର ପ୍ରତିବଦ୍ଧତା ଦୋହରାଇଲେ ସ୍ନେହାଙ୍ଗିନୀ:’ନୂଆପଡ଼ାର ଉନ୍ନତି ମୋର ଏକମାତ୍ର ସଂକଳ୍ପ’

ଭୁବନେଶ୍ୱର: ନୂଆପଡ଼ାର ବିକାଶ ସଂକଳ୍ପ ନେଇ ଲୋକଙ୍କ ପାଖରେ ପହଞ୍ଚୁଥିବା ବିଜେଡି ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳୁଛି ଅଭୂତପୂର୍ବ ସମର୍ଥନ। ନବୀନ ପଟ୍ଟନାୟକଙ୍କ ବିକାଶମୁଖୀ ଧାରାକୁ ଖରିଆର ରୋଡ୍ବାସୀ ଦେଉଛନ୍ତି ସ୍ୱୀକୃତି । ମଙ୍ଗଳବାର ସକାଳେ ଖରିଆର ରୋଡ୍ ଏନଏସି ଠାରେ ଆୟୋଜିତ ସଭାରେ ସଭାରେ ସ୍ନେହାଙ୍ଗିନୀ ସ୍ଥାନୀୟ ଲୋକଙ୍କ ସହ ବେଶ କିଛି ସମୟ ଧରି ଫଳପ୍ରଦ ଆଲୋଚନା କରିଥିଲେ।

ଖରିଆରର ଲୋକମାନେ ଛୁରିଆଙ୍କୁ ହୃଦୟପୂର୍ବକ ସ୍ୱାଗତ କରି ଆଗାମୀ ଉପନିର୍ବାଚନରେ ନବୀନ ବାବୁଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ଆଲୋଚନା ସମୟରେ, ଛୁରିଆ ଲୋକମାନଙ୍କ ଆଶା ଓ ଆକାଂକ୍ଷାକୁ ମର୍ମେ ମର୍ମେ ଶୁଣିବା ସହ ସବୁ ପରିସ୍ଥିତିରେ ଖରିଆର ରୋଡ୍ବାସୀଙ୍କ ସହ ଅଟଳ ଭାବେ ଛିଡ଼ା ହେବା ପାଇଁ ଆଶ୍ୱାସନା ଦେଇଥିଲେ।

ଅଞ୍ଚଳର ଉନ୍ନତି ସହିତ ପ୍ରତ୍ୟେକ ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ନିରନ୍ତର ଉଦ୍ୟମ କରିବେ ବୋଲି କଥା ଦେଇଥିଲେ। ବିଶେଷ କରି ଭିତ୍ତିଭୂମିର ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟସେବା, ମହିଳା ସଶକ୍ତିକରଣ ଓ ଯୁବ ନିଯୁକ୍ତିକୁ ଗୁରୁତ୍ୱ ଦେବାରେ ଅବହେଳା କରିବେ ନାହିଁ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇ ସମର୍ଥନ ଲୋଡ଼ିଥିଲେ। ଏହି ବୈଠକରେ ଉପସ୍ଥିତ ବ୍ୟବସାୟୀ ଓ ବରିଷ୍ଠ ନାଗରିକ ମାନଙ୍କ ଆଖିରେ ବିଶ୍ୱାସର ଏକ ଚିତ୍ର ସ୍ପଷ୍ଟ ପରିଲକ୍ଷିତ ହେଉଥିଲା।

Comments are closed.