ନୂଆପଡ଼ା : ପାଟଧରା ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ। ଏନେଇ ସୂଚନା ଦେଲେ ନୂଆପଡା ଏସପି ପ୍ରତ୍ୟୁଷ ଦିବାକର । ବୋଡେନ ଥାନା ଅନ୍ତର୍ଗତ ପାଟଧାରା ସଂରକ୍ଷିତ ଜଙ୍ଗଲରେ ମାଓବାଦୀ ଓ ପୋଲିସ ମଧ୍ୟରେ ଦୁଇ ଥର ଗୁଳି ବିନିମୟ ହୋଇଥିଲା । ସୂଚନା ଅନୁସାରେ ଗତ ୨୧ ତାରିଖରେ ପାଟଧରା ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ନେଇ ପୁଲିସକୁ ଗୁଇନ୍ଦା ସୂତ୍ରରୁ ଖବର ମିଳିଥିଲା। ଏହାପରେ ଏସପି ପ୍ରତ୍ୟୁଷ ଦିବାକରଙ୍କ ନିର୍ଦ୍ଦେଶ କ୍ରମେ ପାଟଧରା ସଂରକ୍ଷିତ ଜଙ୍ଗଲରେ ଏସଓଜି, ଡିଭିଏଫ ଓ ସିଆରପିଏଫ ଯବାନଙ୍କ ମିଳିତ ଟିମ୍ କମ୍ବିଂ ଅପରେସନ ଆରମ୍ଭ କରିଥିଲା । ୨୩ ତାରିଖ ପୂର୍ବାହ୍ନରେ ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ମାଓବାଦୀ ମାନେ ସୁରକ୍ଷାବାହିନୀକୁ ମୁକାବିଲା କରିନପାରି ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ସହ ଗୋଟିଏ ଆଇଡି, ୩ଟି ଡେଟୋନେଟର, ମାଓ ପୋଷାକ, ଔଷଧ ସହ ରୋଷେଇ ସାମଗ୍ରୀ ଜବତ କରାଯାଇଛି। ଏବେ ସମ୍ପୃକ୍ତ ଅଞ୍ଚଳରେ ମିଳିତ ଅପରେସନକୁ ଜୋରଦାର କରାଯାଇଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ନୂଆପଡ଼ା ଏସପି ପ୍ରତ୍ୟୁଷ ଦିବାକର ସୂଚନା ଦେଇଛନ୍ତି।
BREAKING NEWS
- କ୍ରୋଏସିଆ ଭାରତୀୟ ଦୂତାବାସରେ ଭଙ୍ଗାରୁଜା; ନିନ୍ଦା କଲା ମନ୍ତ୍ରଣାଳୟ…
- ଓସ୍କାର ୨୦୨୬ ରେସରୁ ବାଦ ପଡିଲା ହୋମବାଉଣ୍ଡ
- ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ସରସ୍ଵତୀ ପୂଜା ହେବ, ନମାଜ ମଧ୍ୟ ପଢ଼ାଯିବ…
- Republic Day 2026: ଗଣତନ୍ତ୍ର ଦିବସ ପ୍ୟାରେଡ୍ ଓ ରିହର୍ସଲ ଲାଗି ଟ୍ରାଫିକ କଟକଣା…
- ରୋହିତଙ୍କୁ ମିଳିଲା ସମ୍ମାନସୂଚକ ଡକ୍ଟେରେଟ ଉପାଧି
- ଉପରାଷ୍ଟ୍ରପତିଙ୍କ ଗସ୍ତ; ସୁରକ୍ଷା ବ୍ୟବସ୍ଥାରେ ୩୦ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହେବେ
- ଷ୍ଟାର୍ଟଅପ୍ କ୍ଷେତ୍ରରେ ଓଡ଼ିଶାର ପତନ ରାଜ୍ୟ ସରକାରଙ୍କ ବିଫଳତାକୁ ଦର୍ଶାଉଛି: ବିଜେଡି
- ରଣଜୀ ଟ୍ରଫି: ଓଡିଶା ବିପକ୍ଷରେ ତାମିଲନାଡୁ ୨୮୧/୭
- ଆଚରଣ ମାଧ୍ୟମରେ ବିଶ୍ୱକୁ ମର୍ଯ୍ୟାଦାର ପାଠ ପଢ଼ାଇବା ଭାରତର କର୍ତ୍ତବ୍ୟ: ମୋହନ ଭାଗବତ
- ମହାରାଷ୍ଟ୍ରରେ ଦେଖିବାକୁ ମିଳିବ ମହିଳାଙ୍କ ଜଲୱା, ସାଧାରଣ ବର୍ଗର ମହିଳା ହେବେ ବିଏମସି ମେୟର
Comments are closed.