Latest Odisha News

BREAKING NEWS

ଅବସର ନେଇ ସେରେନାଙ୍କ ୟୁ ଟର୍ଣ୍ଣ

ନୂଆଦିଲ୍ଲୀ: ଆମେରିକାର ଷ୍ଟାର ମହିଳା ଟେନିସ ଖେଳାଳି ସେରେନା ୱିଲିୟମ୍ସ ତାଙ୍କ ଅବସର ନିଷ୍ପତିରେ ୟୁ ଟର୍ଣ୍ଣ ନେଇଛନ୍ତି । ୨୩ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ସେରେନା କହିଛନ୍ତି ମୁଁ ଏ ପର୍ଯ୍ୟନ୍ତ ଟେନିସରୁ ଅବସର ନେଇନି । ମୋର ଫେରିବା ସମ୍ଭାବନା ଅଧିକ ରହିଛି । ଆପଣ ଏବେ ମୋ ଘରକୁ ଆସିପାରିବେ ସେଠାରେ ବି ଗୋଟିଏ କୋର୍ଟ ରହିଛି ବୋଲି ସେ ଲେଖିଛନ୍ତି । ସେରେନା ଅଗଷ୍ଟ ୯ରେ ଅବସର ନେବା ନେଇ ସୂଚନା ଦେଇଥିଲେ । ସେ ଇନଷ୍ଟାଗ୍ରାମରେ ଲେଖିଥିଲେ, ଜୀବନରେ ଏପରି ସମୟ ଆସିଥାଏ ଆମକୁ ଭିନ୍ନ ରାସ୍ତା ଧରିବାକୁ ପଡିଥାଏ । ଏହା ସବୁଠାରୁ କଠିନ ସମୟ ହୋଇଥାଏ ।

ସେ ସମୟରେ ପରିବାର ସହ ଅଧିକ ସମୟ କାଟିବା ପାଇଁ ଏହି ୪୦ ବର୍ଷୀୟା ଖେଳାଳି ଚାହୁଥିବା ଅନୁମାନ କରାଯାଉଥିଲା । ୟୁଏସ ଓପନ ତାଙ୍କର ଶେଷ ଟୁର୍ଣ୍ଣାମେଂଟ ହେବ ବୋଲି ଆଶା କରାଯାଉଥିଲା । ତେବେ ସେରେନା ଅବସର ନେବେ କି ନାହିଁ ତାହା ଖୁବ ଶୀଘ୍ର ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.