ନୂଆପଡ଼ା : ପାଟଧରା ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ। ଏନେଇ ସୂଚନା ଦେଲେ ନୂଆପଡା ଏସପି ପ୍ରତ୍ୟୁଷ ଦିବାକର । ବୋଡେନ ଥାନା ଅନ୍ତର୍ଗତ ପାଟଧାରା ସଂରକ୍ଷିତ ଜଙ୍ଗଲରେ ମାଓବାଦୀ ଓ ପୋଲିସ ମଧ୍ୟରେ ଦୁଇ ଥର ଗୁଳି ବିନିମୟ ହୋଇଥିଲା । ସୂଚନା ଅନୁସାରେ ଗତ ୨୧ ତାରିଖରେ ପାଟଧରା ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ନେଇ ପୁଲିସକୁ ଗୁଇନ୍ଦା ସୂତ୍ରରୁ ଖବର ମିଳିଥିଲା। ଏହାପରେ ଏସପି ପ୍ରତ୍ୟୁଷ ଦିବାକରଙ୍କ ନିର୍ଦ୍ଦେଶ କ୍ରମେ ପାଟଧରା ସଂରକ୍ଷିତ ଜଙ୍ଗଲରେ ଏସଓଜି, ଡିଭିଏଫ ଓ ସିଆରପିଏଫ ଯବାନଙ୍କ ମିଳିତ ଟିମ୍ କମ୍ବିଂ ଅପରେସନ ଆରମ୍ଭ କରିଥିଲା । ୨୩ ତାରିଖ ପୂର୍ବାହ୍ନରେ ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ମାଓବାଦୀ ମାନେ ସୁରକ୍ଷାବାହିନୀକୁ ମୁକାବିଲା କରିନପାରି ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ସହ ଗୋଟିଏ ଆଇଡି, ୩ଟି ଡେଟୋନେଟର, ମାଓ ପୋଷାକ, ଔଷଧ ସହ ରୋଷେଇ ସାମଗ୍ରୀ ଜବତ କରାଯାଇଛି। ଏବେ ସମ୍ପୃକ୍ତ ଅଞ୍ଚଳରେ ମିଳିତ ଅପରେସନକୁ ଜୋରଦାର କରାଯାଇଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ନୂଆପଡ଼ା ଏସପି ପ୍ରତ୍ୟୁଷ ଦିବାକର ସୂଚନା ଦେଇଛନ୍ତି।
BREAKING NEWS
- ଚୌଦ୍ୱାର ଜେଲ୍ର ପୂର୍ବତନ ଅଧୀକ୍ଷକଙ୍କ ଜାମିନ ଆବେଦନ ଖାରଜ
- ଛାତ୍ର ସଂସଦ ନିର୍ବାଚନ ନେଇ ଚୂଡ଼ାନ୍ତ ହୋଇନି ନିଷ୍ପତ୍ତି: ମନ୍ତ୍ରୀ
- US Death Row: ଘାତକ ଇଂଜେକ୍ସନ ପରେ ବି ମୃତ୍ୟୁଦଣ୍ଡରୁ ବଂଚିଗଲେ କଏଦୀ, ଦଣ୍ଡାଦେଶ ସ୍ଥଗିତ
- ସମତା ଏକ୍ସପ୍ରେସରୁ ବିପୁଳ ପରିମାଣର ଗଞ୍ଜେଇ ଜବତ;୬ ଜଣ ମହିଳାଙ୍କୁ ବାନ୍ଧିଲା
- ଗଣେଶ ଭସାଣି ବେଳେ ଗଣ୍ଡଗୋଳ; ପଥରମାଡରେ ୬ ପୋଲିସ କର୍ମୀ ଆହତ
- UP Temple Case: ମନ୍ଦିର ମାଲିକାନା ପାଇଁ ମର୍ଡର
- ରାଜଧାନୀରେ ଲଜ୍ଜା, ବନ୍ଧୁକ ମୁନରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ
- ଗରମରେ ସିଝିବ ଅକ୍ଟୋବର! ଶକ୍ତିଶାଳୀ ଏଲ୍ ନିନୋ ନେଇ ଚିନ୍ତା…
- ମହାନଦୀ ଜଳ ବିବାଦକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ- ବୈଠକରେ ଯାହା ନିଷ୍ପତ୍ତି ହେବ ମାନିବୁ
- Smit Machchhar: ମରଣ ସହ ଲଢି ବୀରତ୍ବ ଦେଖାଇଲେ ଭାରତୀୟ ପାଇଲଟ୍…ସଲାମ୍ କରୁଛି ବିଶ୍ବ! ସୋସିଆଲ ମିଡିଆରେ ସ୍ମିତଙ୍କୁ ‘ଥାଙ୍କ୍ ୟୁ’ ବର୍ଷା…

Comments are closed.