Latest Odisha News

ଅନ୍ୟ କୌଣସି ଜିଲ୍ଲାରୁ ଇଭିଏମ୍‌ ଆସିନାହିଁ: ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଜିଲ୍ଲାପାଳ ଇଭିଏମ୍ ଲୁଚାଇବା ଘଟଣା ମିଛ। ବିଜେଡିର ଅଭିଯୋଗ ଖଣ୍ଡନ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ୍ ଗୋପାଳନ। କହିଲେ ନୂଆପଡ଼ାକୁ ଗଞ୍ଜାମରୁ ଗୋଟେ ଟ୍ରକ୍ ଇଭିଏମ ଆସିବା ଅସମ୍ଭବ। ଷ୍ଟ୍ରଙ୍ଗରୁମ୍‌ରେ ସୁରକ୍ଷିତ ଅଛି ଇଭିଏମ୍। ମିଛ ଅଭିଯୋଗ ଆଣିଥିଲା ବିଜେଡି। ସିସିଟିଭି ଯାଞ୍ଚ ପରେ ସାମ୍ନାକୁ ଆସିଲା ସତ।

ଇଭିଏମ୍‌ ଚୋରି ଅଭିଯୋଗରେ ସାମ୍ବାଦିକ ସମ୍ମିଳନୀ କରି ଅନ୍ୟ କୌଣସି ସ୍ଥାନରୁ ଇଭିଏମ ଆସିନଥିବା ନେଇ ସ୍ପଷ୍ଟୀକରଣ ରଖିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ସେ କହିଛନ୍ତି ନୂଆପଡା ଉପନିର୍ବାଚନରେ ମତଦାନ ପାଇଁ ଅନ୍ୟ କୌଣସି ଜିଲ୍ଲାରୁ ଇଭିଏମ୍‌ ଆସିନାହିଁ। ଗତକାଲି ବିଜେଡି ପକ୍ଷରୁ ଇଭିଏମ ଚୋରିର ଅଭିଯୋଗ ଆସିଥିଲା। ମୁଖ୍ୟ ନିର୍ବାଚନ ଅଧିକାରୀ ଏନେଇ କହିଛନ୍ତି ରାଜ୍ୟର ୩୦ଟି ଜିଲ୍ଲାରେ ଇଭିଏମ୍‌ ଷ୍ଟ୍ରଙ୍ଗରୁମରେ ରହିଛି।

ପ୍ରତ୍ୟେକ ଷ୍ଟ୍ରଙ୍ଗରୁମରେ ୩ମାସରେ ଥରେ ଲେଖାଏଁ ଯାଞ୍ଚ କରାଯାଏ। ଯାଞ୍ଚ ସମୟରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ରହିଥାନ୍ତି। ଅଭିଯୋଗ ପରେ ଗଞ୍ଜାମର ୨ ୱେୟାରହାଉସର ସିସିଟିଭି ଫୁଟେଜ ଯାଞ୍ଚ ହୋଇଥିଲା। ଏଯାଏ ଇଭିଏମକୁ ନେଇ ବିରୋଧୀଙ୍କ ଗୋଟିଏ ବି ଅଭିଯୋଗ ପ୍ରମାଣିତ ହୋଇନାହିଁ। ସମସ୍ତ ଯାଞ୍ଚର ଭିଡ଼ିଓଗ୍ରାଫି ହୋଇଥିବା ନେଇ ସୂଚନା ମିଳିଛି।

 

Comments are closed.