Latest Odisha News

BREAKING NEWS

ଭାରତକୁ ବଡ ସଫଳତା, ମ୍ୟାନମାର ହସ୍ତାନ୍ତର କଲା ୨୨ ଉଗ୍ରବାଦୀ

ନୂଆଦିଲ୍ଲୀ: ଭାରତକୁ ଶୁକ୍ରବାର କୂଟନୈତିକ ସ୍ତରରେ ଏକ ବଡୁତ ବଡ ସଫଳତା ମିଳିଛି । ଭାରତ ଅନୁରୋଧ କ୍ରମେ ମ୍ୟାନମାର ୨୨ ଉଗ୍ରବାଦୀଙ୍କୁ ହସ୍ତାନ୍ତର କରିଛି । ଏଥିରେ ଭାରତର ଜେମ୍ସ ବଣ୍ଡ କୁହାଯାଉଥିବା ଅଜିତ ଡୋଭାଲଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିଛି ।  ମଣିପୁର ଓ ଆସାମରେ ଓ୍ବାଣ୍ଟେଡ୍ ଇନ୍ ଉଗ୍ରବାଦୀଙ୍କୁ ଏବ ବିଶେଷ ବିମାନ ଯୋଗେ ଅଣାଯାଇଛି । ଉଗ୍ରବାଦୀଙ୍କ ବିମାନ ମ୍ୟାନମାରରୁ ଉଡାଣ ଆରମ୍ଭ କରିବା ପରେ ​ଜଣେ ଶୀର୍ଷ ସରକାରୀ ଅଧିକାରୀ କହିଛନ୍ତି, ମ୍ୟାନମାର ସରକାରଙ୍କ ଏହା ଏକ ବଡ ପଦକ୍ଷେପ ଓ ଦୁଇ ଦେଶ ଭିତର ଗମ୍ଭୀର ସମ୍ପର୍କକୁ ଦର୍ଶାଉଛି ।

ଏହି ବିମାନ ଆସାମର ଗୌହାଟି ଯିବା ପୂର୍ବରୁ ମଣିପୁରର ରାଜଧାନୀ ଇମ୍ଫାଲରେ ରହିବ । ଅଧିକାରୀଙ୍କ କହିବା ଅନୁସାରେ, ଉଗ୍ରବାଦୀଙ୍କୁ ଦୁଇ ରାଜ୍ୟରେ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରାଯିବ । ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏହି ଅପରେସନ୍ ନେତୃତ୍ବ ନେଇଥିଲେ । ମ୍ୟାନମାର ଯେଉଁ ଉଗ୍ରବାଦୀଙ୍କୁ ଫେରାଉଛି, ସେମାନଙ୍କ ଭିତରେ କିଛି ବରିଷ୍ଠ ଉଗ୍ରବାଦୀ ରହିଛନ୍ତି । ୨୨ ଉଗ୍ରବାଦୀଙ୍କ ଭିତରେ ୧୨ ମଣିପୁରର ଉଗ୍ରବାଦୀ ସଂଗଠନ ସହିତ ରହିଛନ୍ତି । ଶେଷ ୧୦ ଏନଡିଏଫବି(ଏସ୍) ଓ କେଏଲଓ ଭଳି ଆସାମର ଉଗ୍ରବାଦୀ ଗୋଷ୍ଠୀ ସହିତ ରହିଛନ୍ତି।

Leave A Reply

Your email address will not be published.