Latest Odisha News

BREAKING NEWS

ଆମେରିକା ଧମକ ଆଗରେ ମୁଣ୍ଡ ନୁଆଁଇଲା ଚୀନ

ୱାଶିଂଟନ: ଶେଷରେ ଆମେରିକା ଧମକ ଆଗରେ ମୁଣ୍ଡ ନୁଆଁଇଛି ଚୀନ୍ । ଆବଶ୍ୟକ ପଡିଲେ ଚୀନ ସହ ସମସ୍ତ ସମ୍ପର୍କ ଚ୍ଛିନ୍ନ କରାଯିବ ବୋଲି ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ । ଏହାର ଜବାବରେ ପ୍ରଥମ ଥର ପାଇଁ ଚୀନର ସ୍ୱର ବଦଳିଛି । କରୋନା ମହାମାରୀ ବିରୋଧରେ ସମସ୍ତ ପ୍ରକାର ସହଯୋଗ କରିବ ବୋଲି ଚୀନ ପକ୍ଷରୁ କୁହାଯାଇଛି ।

ପୂର୍ବରୁ ୨ ଦେଶ ପରସ୍ପରକୁ ଦୋଷ ଦେଉଥିଲେ । ଟ୍ରମ୍ପ ଚୀନ ବିରୋଧରେ ବାରମ୍ବାର ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଥିଲେ । ବିଶ୍ୱରେ ଶାନ୍ତି ଓ ସ୍ଥିରତା ଜରୁରୀ । ଏଥିପାଇଁ ଯାହା କିଛି ସହଯୋଗ ଆବଶ୍ୟକ ଆମେ କରିବୁ ବୋଲି ଚୀନର ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ପ୍ରବକ୍ତା ଝାଓ ଲିଜିୟନ କହିଛନ୍ତି ।

Leave A Reply

Your email address will not be published.