Latest Odisha News

BREAKING NEWS

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୦ ଟପିଲା

ନୂଆଦିଲ୍ଲୀ: ଭାରତରେ ଏବେ ସୁଦ୍ଧା ୧୫୧ ଜଣ କରୋନାଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି । ୧୫୧ ଜଣ କରୋନା ରୋଗୀଙ୍କ ମଧ୍ୟରୁ ୨୫ ଜଣ ବିଦେଶୀ ନାଗରିକ ଅଛନ୍ତି ।

ଏହାବ୍ୟତୀତ ବିଦେଶରେ ଥିବା ୨୭୬ଜଣ ଭାରତୀୟ କରୋନାଭାଇରସ ଦ୍ୱାରା ସଂକ୍ରମିତ ଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ସର୍ବାଧିକ ୨୫୫ ଜଣ ଇରାନରେ ଥିବାବେଳେ ୟୁଏଇରେ ୧୨ଜଣ, ଇଟାଲୀରେ ୫, ହଂକଂ, କୁଏତ୍‌, ରୱାଣ୍ଡା ଓ ଶ୍ରୀଲଙ୍କାରେ ଜଣେ ଜଣେ ଭାରତୀୟ ଥିବା ଜଣାପଡିଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଆଧାରରେ, ଭାରତରେ ମୋଟ୍ ୧୫୧ ଜଣ କରୋନା ଦ୍ୱାରା ସଂକ୍ରମିତ ଅଛନ୍ତି । ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷରେ ପହଞ୍ଚିଛି ଏବଂ ୮,୦୧୦ଜଣଙ୍କ ମୃତ୍ୟୁ ହୋଇସାରିଛି ।

Leave A Reply

Your email address will not be published.