Latest Odisha News

BREAKING NEWS

ଜନସାଧାରଣଙ୍କ ସହ ଜଡିତ ରେଳ, ଘରୋଇକରଣର କୌଣସି ପ୍ରସ୍ତାବ ନାହିଁ : ରେଳମନ୍ତ୍ରୀ ପୀୟୁଷ ଗୋୟଲ

ନୂଆଦିଲ୍ଲୀ: ଭାରତୀୟ ରେଳର ଘରୋଇକରଣ: ରେଳବାଇର ଘରୋଇକରଣ ପ୍ରଶ୍ନ ଉପରେ କେନ୍ଦ୍ର ସରକାର ଉତ୍ତର ଦେଇକହିଛନ୍ତି ଯେ ସେପରି କୋୖଣସି ଯୋଜନା ନାହିଁ | ମଙ୍ଗଳବାର ଦିନ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ ରେଳମନ୍ତ୍ରୀ ପୀୟୂଷ ଗୋୟେଲ କହିଛନ୍ତି ଯେ ଭାରତୀୟ ରେଳ ଦେଶର ଲୋକଙ୍କ ସହ ଜଡିତ ଅଛି ଏବଂ ସେପରି କୌଣସି ପ୍ରସ୍ତାବ ନାହିଁ | ରେଳବାଇର ଉନ୍ନତି ପାଇଁ ନିଆଯାଉଥିବା ପ୍ରୟାସ ସମ୍ପର୍କରେ ସେ କହିଛନ୍ତି ଯେ , ଆସନ୍ତା ୧୨ ବର୍ଷ ମଧ୍ୟରେ ଭାରତ ରେ ରେଳବାଇ ରେ ୫୦ ଲକ୍ଷ କୋଟି ଟଙ୍କା ବିନିଯୋଗ ପାଇଁ ଏନଡିଏ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି |

ସଂସଦରେ ରେଳବାଇ ଉପରେ ଆଲୋଚନା ବେଳେ ବିରୋଧୀ ଦଳର ସଦସ୍ୟମାନେ ରେଳବାଇର ଆର୍ଥିକ ସ୍ଥିତିକୁ ନେଇ ଉଦ୍ବେଗ ପ୍ରକାଶ କରି କହିଛନ୍ତି ଯେ ପ୍ରକଳ୍ପ ସମାପ୍ତ ହେବାରେ ବିଳମ୍ବ ହେଉଛି | ଏହା ବ୍ୟତୀତ ଘରୋଇକରଣ ବିପଦ ମଧ୍ୟ ରହିଛି | ଏହାର ଉତ୍ତରରେ ମନ୍ତ୍ରୀ ଶ୍ରୀଯୁକ୍ତ ପୀୟୂଷ ଗୋୟେଲ କହିଛନ୍ତି ଯେ ଗତ ଏକ ବର୍ଷ ମଧ୍ୟରେ ରେଳ ଦୁର୍ଘଟଣାରେ କୌଣସି ମୂର୍ତ୍ୟୁ ହୋଇନାହିଁ | ସେ କହଲେ ଯେ ସରକାର  ରେଳ କ୍ଷେତ୍ରରେ ଥିବା ସମସ୍ତ ସମସ୍ୟା ଦୂର କରିବାକୁ ସରକାର ଉଦ୍ୟମ ଜାରିରଖିଛନ୍ତି | ସୂଚନାଯୋଗ୍ୟ ଯେ  , ସରକାର ଜାନୁଆରୀ ରେ ୧୦୦ ରୁଟ ରେ ୧୫୦ ବେସରକାରୀ ଟ୍ରେନ ଚଲାଇବ | ୫୦ ରେଳ ଷ୍ଟେସନରେ ରେ ଵ୍ୟକ୍ତିଗତ ହାତରେ ହସ୍ତାନ୍ତର କରିବାକୁ କହିଥିଲେ | ସେବେଠାରୁ ରେଳବାଇର ଘରୋଇକରଣ ସମ୍ପର୍କରେ କଳ୍ପନା ଜଳ୍ପନା ଆରମ୍ଭ ହୋଇଥିଲା |

Leave A Reply

Your email address will not be published.