Latest Odisha News

BREAKING NEWS

ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୩କୁ ବୃଦ୍ଧି

କଟକ: ଓଡିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୩ କୁ ବୃଦ୍ଧି ପାଇଛି । ପୂର୍ବରୁ ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୨୭ ଥିଲା । ଆଉ ୬ ଜଣ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରାଯିବା ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଆଇନ ବିଭାଗ ଓ ହାଇକୋର୍ଟକୁ ଚିଠି ଆସିଛି ।

ବିଚାରପତିଙ୍କ ସଂଖ୍ୟା ୨୫ ପ୍ରତିଶତ ବୃଦ୍ଧି ପାଇଁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଏସ୍. ମୁରଲୀଧର ଜାନୁଆରୀ ପ୍ରଥମ ସପ୍ତାହରେ କେନ୍ଦ୍ର ସରକାର ଓ ସୁପ୍ରିମକୋର୍ଟଙ୍କୁ ଚିଠି ଲେଖି ସୁପାରିଶ କରିଥିଲେ । ଏହାପରେ ଆଉ ୬ ଜଣ ବିଚାରପତିଙ୍କ ପଦ ଅନୁମୋଦିତ ହୋଇଛି ।

ମୁଖ୍ୟ ବିଚାରପତିଙ୍କୁ ମିଶାଇ ଏବେ ଓଡ଼ିଶା ହାଇକୋର୍ଟରେ ଅଛନ୍ତି ୧୮ ଜଣ ବିଚାରପତି । ନିକଟରେ ସୁପ୍ରିମକୋର୍ଟଙ୍କ କଲେଜିୟମ୍ ଆଉ ୪ ଜଣ ବରିଷ୍ଠ ଆଇନଜୀବୀଙ୍କ ନାଁ ବିଚାରପତି ପାଇଁ ସୁପାରିଶ କରିଛନ୍ତି ।

Comments are closed, but trackbacks and pingbacks are open.