Latest Odisha News

BREAKING NEWS

ଆଜିଠୁ ରାଜ୍ୟରେ ଦୁଇ ଦିନ ବର୍ଷା, ୧୧ରୁ ବଢ଼ିବ ଶୀତ

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ଦୁଇ ଦିନ ବର୍ଷା । ପଶ୍ଚିମା ଝଡ଼ ପ୍ରଭାବରେ ଆଜିଠୁ ହାଲୁକା ବର୍ଷା ହେବ । ଆସନ୍ତାକାଲି ବୃଦ୍ଧି ହେବ ବର୍ଷାର ବିସ୍ତୃତି । ଏହି ସୂଚନା ଦେଇଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ଆଭ୍ୟନ୍ତରୀଣ ଓ ଆସନ୍ତାକାଲି ଉପାନ୍ତରୁ ଉପକୂଳ ଯାଏ ପଶ୍ଚିମା ଝଡ଼ର ପ୍ରଭାବ ରହିବ ।

ଆଜି ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼ ଓ ସମ୍ବଲପୁର ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ । କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ସୋନପୁର, ପୁରୀ, ବୌଦ୍ଧର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଅନ୍ୟ ଜିଲ୍ଲାରେ ପାଗ ଶୁଖିଲା ରହିବ ।

ଆସନ୍ତାକାଲି ଉତ୍ତର ଓଡ଼ିଶା ସମେତ ସୋନପୁର, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ ବର୍ଷା ନେଇ ସତର୍କ ସୂଚନା ଦିଆଯାଇଛି । ପଶ୍ଚିମ ଝଡ଼ ଅପସରି ଯିବା ପରେ ୧୧ ତାରିଖରୁ ରାଜ୍ୟରେ ବଢ଼ିବ ଶୀତ । ରାତିର ତାପମାତ୍ରା ୩-୪ ଡିଗ୍ରୀ ଯାଏ ତଳକୁ ଖସିବା ସମ୍ଭାବନା ରହିଛି । ରାଜ୍ୟର କିଛି ସ୍ଥାନରେ ଘନ କୁହୁଡ଼ି ସମ୍ଭାବନା ବି ରହିଛି ।

Comments are closed, but trackbacks and pingbacks are open.