ଭୁବନେଶ୍ବର: ଜ୍ୟୋତିଷ ଶାସ୍ତ୍ର ଭଳି ଅଙ୍କ ଜ୍ୟୋତିଷ ମଧ୍ୟ ରହିଛି । ଏହାଦ୍ବାରା ଆପଣ କୌଣସି ବ୍ୟକ୍ତିର ଆଚରଣ ଓ ବ୍ୟକ୍ତିତ୍ବ ସମ୍ବନ୍ଧରେ ଜାଣିପାରିବେ । ଅଙ୍କ ଶାସ୍ତ୍ରରେ ବ୍ୟକ୍ତିଙ୍କ ଜନ୍ମ ତାରିଖକୁ ନେଇ ସେମାନଙ୍କ ବିଷୟରେ ଗଣନା କରାଯାଇଥାଏ । ଏଥିପାଇଁ ଆପଣଙ୍କୁ ଆପଣଙ୍କର ଜନ୍ମ ତାରିଖର ମୂଳାଙ୍କ ବାହାର କରିବାକୁ ପଡ଼ିବ । ତେବେ ଅଙ୍କ ଜ୍ୟୋତିଷରେ ୧ ଠାରୁ ଆରମ୍ଭ ୯ ପର୍ଯ୍ୟନ୍ତ ମୂଳାଙ୍କ ରହିଥାଏ । ଉଦାହରଣ ସ୍ୱରୂପ, ଯଦି ଆପଣ କୌଣସି ମାସର ୧୧ ତାରିଖରେ ଜନ୍ମ ହୋଇଛନ୍ତି, ତେବେ ଆପଣଙ୍କର ମୂଳାଙ୍କ ନମ୍ବର ୧ + ୧ ଅର୍ଥାତ୍ ୨ ହେବ । ଏହି ଉପାୟରେ ଆପଣ ଜାଣିପାରିବେ ନିଜର ମୂଳାଙ୍କ ।
ସେହିପରି ୪, ୧୩, ୨୨, ଓ ୩୧ ତାରିଖରେ ଜନ୍ମ ହୋଇଥିବା ଲୋକଙ୍କ ମୂଳାଙ୍କ ହେଉଛି ୪ । ଏହା ରାହୁ ଗ୍ରହଙ୍କ ଅଙ୍କ ମନାଯାଏ । ଅଙ୍କ ଜ୍ୟୋତିଷ ଅନୁଯାୟୀ, କୌଣସି ମାସର ୪, ୧୩, ୨୨ କିମ୍ବା ୩୧ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ମୂଳାଙ୍କ ସଂଖ୍ୟା ୪ ରହିଥାଏ। ଏହି ତାରିଖରେ ଏହି ଦୁନିଆକୁ ଆସୁଥିବା ବ୍ୟକ୍ତିମାନେ ବହୁତ ଖୋଲା ମନର ହୋଇଥାନ୍ତି । ଏମାନେ ସ୍ୱାଧୀନ ରହିବାକୁ ପସନ୍ଦ କରନ୍ତି । ଏହା ସହିତ ଏହି ଲୋକମାନେ ବହୁମୁଖୀ ପ୍ରତିଭାରେ ମଧ୍ୟ ସମୃଦ୍ଧ ଅଟନ୍ତି ।
ମୂଳାଙ୍କ-୪ର ଲୋକଙ୍କ ପ୍ରେମ ସମ୍ପର୍କ ଓ ରୋମାନ୍ସ ବିଷୟରେ କହିବାକୁ ଗଲେ, ଏହି ମୂଳାଙ୍କର ବ୍ୟକ୍ତିମାନେ ଅନ୍ୟ ମୂଳାଙ୍କ ଲୋକଙ୍କ ତୁଳନାରେ ବହୁତ ରୋମାଣ୍ଟିକ ଅଟନ୍ତି । ଏମାନେ ପ୍ରେମ ଜୀବନରେ ବହୁତ ଉତ୍ସାହୀ ଥାନ୍ତି ।କୁହାଯାଏ ରୋମାନ୍ସରେ ସେମାନଙ୍କଠାରୁ କେହି ଜିତିପାରିବେ ନାହିଁ, ଅର୍ଥାତ୍ ସେମାନେ ନିଜର ପାର୍ଟନରକୁ ବହୁତ ଭଲପାଇବା ଦେଇଥାନ୍ତି । ପ୍ରେମ ସମ୍ପର୍କରେ ଏହି ବ୍ୟକ୍ତିମାନେ ବେଶ୍ ବିଶ୍ବାସୀ ଅଟନ୍ତି ।
ମୂଳାଙ୍କ-୪ର ବ୍ୟକ୍ତିଙ୍କର ଶାସକ ଗ୍ରହ ରାହୁ ହୋଇଥିବାରୁ ବ୍ୟକ୍ତିମାନେ ବହୁତ ଅସାଧାରଣ ଅଟନ୍ତି । ଏମାନେ ଯୋଜନା ଏବଂ ରଣନୀତି ପ୍ରସ୍ତୁତ କରିବାରେ ଖୁବ୍ ପାରଙ୍ଗମ ହୋଇଥାନ୍ତି । ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ ବହୁତ ପରିଶ୍ରମୀ ହୋଇଥାନ୍ତି ।
Comments are closed.