Latest Odisha News

BREAKING NEWS

ସୁରକ୍ଷା ପାଇଁ ବନ୍ଧୁକ ରଖିବାକୁ ଲାଇସେନ୍ସ ପାଇଲେ ନୂପୁର ଶର୍ମା

ନୂଆଦିଲ୍ଲୀ: ଜୀବନ ରକ୍ଷା ପାଇଁ ପାଖରେ ବନ୍ଧୁକ ରଖିବାକୁ ଲାଇସେନ୍ସ ପାଇଁ ବିଜେପି ନିଲମ୍ବିତ ନେତ୍ରୀ ନୂପୁର ଶର୍ମା। ତାଙ୍କ ଜୀବନ ପ୍ରତି ବିପଦ ରହିଛି। ତାଙ୍କୁ ହତ୍ୟା ଧମକ ମିଳିଥିବାରୁ ସୁରକ୍ଷା ପାଇଁ ତାଙ୍କୁ ବନ୍ଧୁକ ରଖିବାକୁ ଲାଇସେନ୍ସ ଦିଆଯାଇଛି ବୋଲି ଦିଲ୍ଲୀ ପୁଲିସ ପକ୍ଷରୁ ସୂଚନା ମିଳିଛି।

ଗତବର୍ଷ ଏକ ଟିଭି ଡିବେଟ ଶୋ’ରେ ଭାଗ ନେଇ ନୂପୁର ଶର୍ମା ପ୍ରଫେଟ ମହମ୍ମଦଙ୍କ ବିଷୟରେ ବିବାଦୀୟ ବୟାନ ଦେଇଥିଲେ। ଯାହାକୁ ନେଇ ଦେଶ ବିଦେଶରେ ହୋହଲ୍ଲା ହୋଇଥିଲା। କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବିଜେପି ନୂପୁରଙ୍କୁ ଦଳରୁ ନିଲମ୍ବିତ କରିବା ସହତ ତାଙ୍କ ବୟାନ ସହ ନିଜକୁ ଅଲଗା କରିନେଇଥିଲା।

ଏହାପରଠାରୁ ଠାରୁ ଦେଶରେ ଅନେକ ଅସନ୍ତୋଷର ଝଡ଼ ସୃଷ୍ଟି ହୋଇଥିଲା। ଯାହାକୁ ନେଇ ସୁପ୍ରିମକୋର୍ଟ ନୂପୁର ଶର୍ମାକୁ ତାଗିଦ୍ କରିଥିଲେ। ଏହାପରେ ନୂପୁରଙ୍କ ବିରୋଧରେ ଦେଶର କେତେକ ରାଜ୍ୟରେ ମାମଲା ରୁଜୁ ହୋଇଥିଲା। ଯାହା ଏବେ ବି କୋର୍ଟରେ ଲମ୍ବିତ ରହିଛି। ଏହି ଘଟଣାକୁ ନେଇ ନୂପୁରଙ୍କୁ ହତ୍ୟା ଧମକ ମିଳିଥିବାରୁ ସେ ଗନ୍ ଲାଇସେନ୍ସ ପାଇଁ ଆବେଦନ କରିଥିଲେ। ଘଟଣାକୁ ଗମ୍ଭୀରତାକୁ ଦେକି ତାଙ୍କୁ ଲାଇସେନ୍ସ ଦିଆଯାଇଛି ବୋଲି ଗୁରୁବାର ଦିଲ୍ଲୀ ପୁଲିସ ସୂଚନା ଦେଇଛି।

Comments are closed.