ନୂଆଦିଲ୍ଲୀ: ଶ୍ରୀଗଙ୍ଗାନଗର ଜିଲା ନିକଟରେ ଥିବା ହିନ୍ଦୁମଲକୋଟ ବର୍ଡର ନିକଟରେ ବର୍ଡର ସିକ୍ୟୁରିଟି ଫୋର୍ସ ଜଣେ ଆତତାୟୀକୁ ଧରିଛି । ଆନ୍ତର୍ଜାତୀୟ ବର୍ଡର ଡେଇଁ ସେ ଭାରତରେ ପଶିବା ପାଇଁ ଉଦ୍ୟମ କରୁଥିଲା । ପ୍ରାରମ୍ଭିକ ତଦନ୍ତରେ ସେ ବିଜେପିର ପୂର୍ବତନ ପ୍ରବକ୍ତା ନୁପୂର ଶର୍ମାଙ୍କୁ ମାରିବା ପାଇଁ ଆସିଛି ବୋଲି କହିଛି । ରିଜୱାନ ଅଶ୍ରଫ ନାମକ ଏହି ପାକିସ୍ତାନୀ ଆତତାୟୀ ନିକଟରୁ ୧୧ ଇଂଚର ଛୁରୀ ମଧ୍ୟ ଜବତ କରାଯାଇଛି । ଆଇବି, ର ଓ ଅନ୍ୟ ମିଲିଟ୍ରି ଏଜେନ୍ସିର ସଂଯୁକ୍ତ ଟିମ ପଚରାଉଚରା ଜାରୀ ରଖିଛି । ବର୍ଡର ନିକଟରେ ପାଟ୍ରୋଲିଂ ବେଳେ ଏହି ଯୁବକ ସନ୍ଦେହଜନକ ଅବସ୍ଥାରେ ବୁଲୁଥିଲା । ପଚରାଉଚରାରେ ସନ୍ତୋଷ ନ ହେବାରୁ ସିଆରପିଏଫ ଯବାନ ତାର ତଲାସୀ ନେଇଥିଲେ । ଉକ୍ତ ଯୁବକ ନିକଟରୁ ୨ଟି ଛୁରୀ, ଧାର୍ମିକ ପୁସ୍ତକ, ମ୍ୟାପ, ଖାଦ୍ୟ, ପାନୀୟ ଓ ପୋଷାକ ମିିଳିଥିଲା । ଉତର ପାକିସ୍ତାନର ବହାଉଦ୍ଦିନ ସହରରେ ରିଜୱାନ ରହୁଥିବା ଜଣାପଡିଛି । ସ୍ଥାନୀୟ କୋର୍ଟ ଉକ୍ତ ଯୁବକକୁ ୮ ଦିନ ରିମାଣ୍ଡରେ ପଠାଇ ଦିଆଯାଇଛି । ସୂଚନାଯୋଗ୍ୟ, କହ୍ନେୟଲାଲ ହତ୍ୟାରେ ମଧ୍ୟ ପାକିସ୍ତାନ ହାତ ଥିବା ଜଣାପଡିଥିଲା । ଏହାକୁ ନେଇ ଭାରତର ସମସ୍ତ ସୁରକ୍ଷା ଏଜେନ୍ସି ହାଇ ଆଲର୍ଟରେ ରହିଛନ୍ତି ।
BREAKING NEWS
- ଫେବୃଆରୀ ୧ରୁ ପାନ୍ ମସଲା, ସିଗାରେଟ୍, ବିଡି ମହଙ୍ଗା
- New Nac: ଏନଏସି ଗଠନକୁ ନେଇ ନଗର ଉନ୍ନୟନ ମନ୍ତ୍ରୀଙ୍କ ପ୍ରତିକ୍ରିୟା…
- ୨୦୨୬ରେ ଭାରତୀୟ କ୍ରିକେଟ ଟିମ ନିକଟରେ ରହିଛି ବ୍ୟସ୍ତ ବହୂଳ କାର୍ଯ୍ୟସୂଚୀ
- BSF on high alert: ବର୍ଡର ନିକଟରୁ ବାଂଲା ଓ ପାକ୍ ଅନୁପ୍ରବେଶକାରୀଙ୍କୁ ଧରିଲେ BSF
- ଜାନୁଆରି ୬ ଯାଏଁ ରାଜ୍ୟର ଏସବୁ ସ୍ଥାନରେ ଘନ କୁହୁଡି
- ଶୋଇଥିବା ଅବସ୍ଥାରେ ପୁଟିନଙ୍କୁ ହତ୍ୟା କରିବାର ଷଡଯନ୍ତ୍ର ବିଫଳ, ରୁଷ ରାଷ୍ଟ୍ରପତିଙ୍କୁ କିପରି ଦିଆଯାଏ ସୁରକ୍ଷା ଜାଣନ୍ତୁ…
- ଟି୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷିତ
- ପରସ୍ପରକୁ ପରମାଣୁ ସ୍ଥାନ ତାଲିକା ହସ୍ତାନ୍ତର କଲେ ଭାରତ-ପାକିସ୍ତାନ, ପ୍ରତିବର୍ଷ କାହିଁକି ହୁଏ ଏହି ପ୍ରକ୍ରିୟା
- ରାଷ୍ଟ୍ରପତି ଉଦଘାଟନ କଲେ ରାଇରଙ୍ଗପୁରରେ IGNOUର ଆଞ୍ଚଳିକ ଓ ଦକ୍ଷତା କେନ୍ଦ୍ର
- Gold Silver Price: ନୂତନ ବର୍ଷର ପ୍ରଥମ ଦିନରେ ବଢିଲା ସୁନା ମୂଲ୍ୟ, ଆଶ୍ବସ୍ତି ଦେଲା ରୂପା..
Comments are closed.