ନୂଆଦିଲ୍ଲୀ: ଶ୍ରୀଗଙ୍ଗାନଗର ଜିଲା ନିକଟରେ ଥିବା ହିନ୍ଦୁମଲକୋଟ ବର୍ଡର ନିକଟରେ ବର୍ଡର ସିକ୍ୟୁରିଟି ଫୋର୍ସ ଜଣେ ଆତତାୟୀକୁ ଧରିଛି । ଆନ୍ତର୍ଜାତୀୟ ବର୍ଡର ଡେଇଁ ସେ ଭାରତରେ ପଶିବା ପାଇଁ ଉଦ୍ୟମ କରୁଥିଲା । ପ୍ରାରମ୍ଭିକ ତଦନ୍ତରେ ସେ ବିଜେପିର ପୂର୍ବତନ ପ୍ରବକ୍ତା ନୁପୂର ଶର୍ମାଙ୍କୁ ମାରିବା ପାଇଁ ଆସିଛି ବୋଲି କହିଛି । ରିଜୱାନ ଅଶ୍ରଫ ନାମକ ଏହି ପାକିସ୍ତାନୀ ଆତତାୟୀ ନିକଟରୁ ୧୧ ଇଂଚର ଛୁରୀ ମଧ୍ୟ ଜବତ କରାଯାଇଛି । ଆଇବି, ର ଓ ଅନ୍ୟ ମିଲିଟ୍ରି ଏଜେନ୍ସିର ସଂଯୁକ୍ତ ଟିମ ପଚରାଉଚରା ଜାରୀ ରଖିଛି । ବର୍ଡର ନିକଟରେ ପାଟ୍ରୋଲିଂ ବେଳେ ଏହି ଯୁବକ ସନ୍ଦେହଜନକ ଅବସ୍ଥାରେ ବୁଲୁଥିଲା । ପଚରାଉଚରାରେ ସନ୍ତୋଷ ନ ହେବାରୁ ସିଆରପିଏଫ ଯବାନ ତାର ତଲାସୀ ନେଇଥିଲେ । ଉକ୍ତ ଯୁବକ ନିକଟରୁ ୨ଟି ଛୁରୀ, ଧାର୍ମିକ ପୁସ୍ତକ, ମ୍ୟାପ, ଖାଦ୍ୟ, ପାନୀୟ ଓ ପୋଷାକ ମିିଳିଥିଲା । ଉତର ପାକିସ୍ତାନର ବହାଉଦ୍ଦିନ ସହରରେ ରିଜୱାନ ରହୁଥିବା ଜଣାପଡିଛି । ସ୍ଥାନୀୟ କୋର୍ଟ ଉକ୍ତ ଯୁବକକୁ ୮ ଦିନ ରିମାଣ୍ଡରେ ପଠାଇ ଦିଆଯାଇଛି । ସୂଚନାଯୋଗ୍ୟ, କହ୍ନେୟଲାଲ ହତ୍ୟାରେ ମଧ୍ୟ ପାକିସ୍ତାନ ହାତ ଥିବା ଜଣାପଡିଥିଲା । ଏହାକୁ ନେଇ ଭାରତର ସମସ୍ତ ସୁରକ୍ଷା ଏଜେନ୍ସି ହାଇ ଆଲର୍ଟରେ ରହିଛନ୍ତି ।
BREAKING NEWS
- PNG Connection: ସବୁ ସହରାଞ୍ଚଳକୁ PNG ସଂଯୋଗ ଯୋଗାଇ ଦିଆଯିବ;ଭଡ଼ାରେ ରହୁଥିବା ବ୍ୟକ୍ତି ବି ସୁବିଧା…
- AAP Removes Raghav Chadha: ରାଘବ ଚଢାଙ୍କୁ ବଡ଼ ଝଟକା, ରାଜ୍ୟସଭା ଉପନେତା ପଦରୁ ହଟାଇଲା AAP
- ସମ୍ବଲପୁର କୋର୍ଟକୁ ପୁଣି ବୋମା ଧମକ, ହାଇ ଆଲର୍ଟରେ ସମଗ୍ର ଅଞ୍ଚଳ
- Narendra Pond: ଏହି ଦିନରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା; ନରେନ୍ଦ୍ର ପୁଷ୍କରିଣୀରୁ ବାହାରିଲା ଚାପ ଡଙ୍ଗା
- ଜଣେ ବି ଚାଷୀର ଧାନ ରହିବ ନାହିଁ, ସବୁ ଧାନ କିଣା ଯିବ: ମନ୍ତ୍ରୀ
- Rupee Posts Biggest Gain: ୧୨ ବର୍ଷରେ ପ୍ରଥମ ଥର ଦମ୍ ଦେଖାଇଲା ଟଙ୍କା, ଡଲାର ତୁଳନାରେ କଲା ଦୃଢ଼ ପ୍ରତ୍ୟାବର୍ତ୍ତନ…
- ସମୁଦ୍ର ତଳେ ଷଡ଼ଯନ୍ତ୍ର, ଗାଏବ ହୋଇଯିବ ଇଣ୍ଟରନେଟ୍ !
- ରିଲ୍ସ କରିବା ହେଲା କାଳ, ପୋଲରୁ ନଦୀକୁ ଡେଇଁଲେ ଦୁଇ ଯୁବକ
- ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଅଶ୍ୱିନ୍ କାହିଁକି ଦେଲେ ସତର୍କବାଣୀ ?
- ଦୁଇରୁ ତିନି ବର୍ଷ ମଧ୍ୟରେ ଦୂର ହେବ ଅଗ୍ନିବୀରଙ୍କ ଅଭାବ
Comments are closed.