ହାଙ୍ଗଝୁ: ଚୀନର ହାଙ୍ଗଝୁରେ ହେବାକୁ ଥିବା ଏସିଆନ ଗେମ୍ସର ନୂତନ ତାରିଖ ଘୋଷଣା କରାଯାଇଛି । ଏଥର ଏହା ଆସନ୍ତା ବର୍ଷ ୨୩ ସେପ୍ଟମ୍ବରରୁ ୮ ଅକ୍ଟୋବର ପର୍ଯ୍ୟନ୍ତ ଆୟୋଜିତ ହେବ ବୋଲି ଅଲିମ୍ପିକ କାଉନସିଲ ଅଫ ଏସିଆ ପକ୍ଷରୁ ବିଧିବଦ୍ଧ ଭାବେ ଜଣାଇ ଦିଆଯାଇଛି । ପୂର୍ବରୁ ଏହା ଚଳିତ ବର୍ଷ ୧୦ରୁ ୨୫ ସେପ୍ଟମ୍ବା ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିଲା । ଚୀନରେ କରୋନା ମହାମାରୀର ବଢ଼ୁଥିବା ମାମଲାକୁ ଦେଖି ଆୟୋଜକଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ଚୀନ ଅଲିମ୍ପିକ କମିଟି, ହାଙ୍ଗଝୁ ଏସୀୟ ଆୟୋଜକ କମିଟି ମଧ୍ୟ ଏ ନେଇ ସହମତି ପ୍ରକାଶ କରିଛନ୍ତି । ତେବେ କେତେକ ମିଡିଆ ରିପୋର୍ଟ ଅନୁସାରେ ବର୍ତମାନ ବି ଚୀନରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସି ପାରି ନାହିଁ । ସେଥିପାଇଁ ବାଧ୍ୟ ହୋଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ପୂର୍ବ ନିର୍ଦ୍ଧାରିତ ଅନ୍ୟ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟ ଯେପରି ବାଧାପ୍ରାପ୍ତ ନ ହେବ ସେଥିପାଇଁ ଆସନ୍ତା ବର୍ଷ ଏହାକୁ ଘୁଂଚାଇ ଦିଆଯାଇଛି ।
BREAKING NEWS
- Odisha Durga Puja 2026: ମା’ ଦୁର୍ଗାଙ୍କ ଆରାଧନାରେ ଭକ୍ତିମୟ ପରିବେଶ..ଆଜି ମଣ୍ଡପରେ ମହାସପ୍ତମୀ ପୂଜା, ପୀଠରେ ମହାଷ୍ଟମୀ
- Gwalior Temple Tragedy:ମନ୍ଦିର କାନ୍ଥ ଭାଙ୍ଗି ଭିତରକୁ ପଶିଲା ଟ୍ରକ୍; ଚାପି ହୋଇ ୧୩ ଭକ୍ତଙ୍କ ମୃତ୍ୟୁ
- Chorbagan Sarbojanin Durga Pandal Stampede:ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି;ମୁଖ୍ୟମନ୍ତ୍ରୀଙ୍କ ଘୋଷଣା-ମୃତକଙ୍କ ପରିବାରକୁ ୨୫ ଲକ୍ଷର କ୍ଷତିପୂରଣ ଓ ସରକାରୀ ଚାକିରି
- ଫ୍ରାନ୍ସରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନକାରୀ ଓ ଛାତ୍ରଙ୍କ ଆନ୍ଦୋଳନ ସମୟରେ ହିଂସା ସହ ପୋଡ଼ାଜଳା
- Stampede at Durga Puja pandal:ଦୁର୍ଗାପୂଜାରେ ଦଳାଚକଟା; ୧୭ ମୃତ, ୪୦ଆହତ
- ଗର୍ଭବତୀ ସାମ୍ବାଦିକାଙ୍କୁ ଧକ୍କା ମାମଲା: ତେଜିଲା ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
- ଅନ୍ତର୍ଜାତୀୟ ବଡି ବିଲଡର ଜନ୍ମେଜୟ ମହାନ୍ତିଙ୍କ ପରଲୋକ
- ବର୍ଷା ଯୋଗୁଁ ପଞ୍ଚମ ଟି-୨୦ ବାତିଲ: ୨-୨ ରେ ବରାବର ରହିଲା ଭାରତ-ୱେଷ୍ଟଇଣ୍ଡିଜ ସିରିଜ୍
- ଦୁର୍ଗାମେଢ଼ ତିଆରି କରୁଥିଲେ…ଏମିତି ଚାଲିଗଲା ଜୀବନ
- ମହାଷ୍ଟମୀ ଓ ଦଶହରା କେବେ, କେଉଁ ଦିନ କରିବେ ପୂଜା? ପୁଣି ଉପୁଜିଲା ଦ୍ୱନ୍ଦ

Comments are closed.