Latest Odisha News

BREAKING NEWS

ଗୋଟିଏ ଫୁସ୍‌ଫୁସ୍‌ ସତ୍ତ୍ୱେ କରୋନାଠୁ ଜିତିଗଲେ ମହିଳା

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଜଣେ ନର୍ସ କେବଳ ଗୋଟିଏ ଫୁସଫୁସ ସତ୍ତ୍ୱେ କରୋନା ସହ ସଫଳ ମୁକାବିଲା କରି ଏଥରୁ ରକ୍ଷା ପାଇପାରିଛନ୍ତି। କେବଳ ୧୪ ଦିନ ମଧ୍ୟରେ ସେ ସୁସ୍ଥ ହୋଇଛନ୍ତି।

ମଧ୍ୟପ୍ରଦେଶର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୩୯ ବର୍ଷୀୟ ଏହି ନର୍ସ ଜଣକ ପିଲାଦିନେ ଗୋଟିଏ ଫୁସଫୁସ ହରାଇଥିଲେ।

ପିଲାଦିନରେ ଏକ ଦୁର୍ଘଟଣା ପରେ ତାଙ୍କର ଅପରେସନ୍ କରାଯାଇଥିଲା ଏବଂ ଗୋଟିଏ ଫୁସଫୁସକୁ ବାହାର କରାଯାଇଥିଲା।

ନର୍ସ ଜଣକ କରୋନା ସଂକ୍ରମିତ ହେବା ପରେ ତାଙ୍କ ପାଇଁ ଏହି ଲଢେଇ ଅଧିକ କଷ୍ଟସାଧ୍ୟ ହେବ ବୋଲି  ସମସ୍ତେ ତାଙ୍କ ପାଇଁ ଚିନ୍ତିତ ହୋଇପଡ଼ିଥିଲେ।

ତେବେ ୧୪ ଦିନ ଘରେ ପୃଥକ୍‌ ରହିବା ପରେ ସେ କରୋନା ମୁକ୍ତ ହୋଇଥିଲେ।

ଏ ନେଇ ସେ କହିଛନ୍ତି ଯେ କରୋନା ଆକ୍ରାନ୍ତ ହେବା ପରେ ସେ ଭାଙ୍ଗିପଡ଼ି ନଥିଲେ। ଏହି ସମୟରେ ସେ ନିୟମିତ ଭାବରେ ଯୋଗ, ପ୍ରାଣାୟାମ କରୁଥିଲେ। ଏହାସହ ସେ ବେଲୁନ୍‌ ମଧ୍ୟ ଫୁଙ୍କୁଥିଲେ।

ନର୍ସ ଉଭୟ କୋଭିଡ ଟିକା ମଧ୍ୟ ଗ୍ରହଣ କରିଥିଲେ।

Comments are closed.