Latest Odisha News

BREAKING NEWS

ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା : ରାଗିଂ ଯୋଗୁଁ ଜୀବନ ହାରିଥିବା ଅଭିଯୋଗ

ଭୁବନେଶ୍ୱର  : ଗୋଟିଏ ପରେ ଗୋଟିଏ ଛାତ୍ରୀ ମୃତ୍ୟୁ ଘଟଣା ଆସୁଥିବା ବେଳେ ଏବେ ପୁଣି ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ନର୍ସିଂର ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି। ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ରାଗିଂ ଯୋଗୁ ଏହି ସୁଇସାଇଡ଼ କରାଯାଉଥିବା ହୋଇଛି ଅଭିଯୋଗ।

ରାଗିଂ ଯୋଗୁ ଛାତ୍ରୀଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ବାଲେଶ୍ୱର ସୋର ଥାନା ସବିରା ଅଞ୍ଚଳର ଗଙ୍ଗାଧର ବେହେରାଙ୍କ ଝିଅ ଲିପସା ବାଲେଶ୍ୱର ଜ୍ୟୋତି ହସ୍ପିଟାଲରେ ନର୍ସିଂ ପ୍ରଶିକ୍ଷଣ ନେଉଥିଲେ । ପ୍ରଥମ ବର୍ଷର ଛାତ୍ରୀ ଥିଲେ ଲିପସା । ତେବେ ମଙ୍ଗଳବାର ସେ ଗୁରୁତର ହୋଇପଡ଼ିଥିବା କଲେଜ ତରଫରୁ ପରିବାର ଲୋକଙ୍କୁ ଫୋନ ଆସିଥିଲା ।

ଗୁରୁତର ଅବସ୍ଥାରେ ଲିପସାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଝିଅକୁ ହତ୍ୟା କରାଯାଇଥିବା କିମ୍ବା ରାଗିଂ ଯୋଗୁଁ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.