Latest Odisha News

BREAKING NEWS

ଚତୁର୍ଥ ଟି-୨୦ ମଧ୍ୟ ସୁପର୍ ଓଭରରେ ନିର୍ଣ୍ଣୟ ହେଲା; ଜିତିଲା ଭାରତ

ୱେଲିଂଟନ: ଚତୁର୍ଥ ଟି-୨୦ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ବିନିମୟରେ କରିଥିଲା ୧୬୫ ରନ । ଏହାର ଜବାବରେ ନ୍ୟୁଜିଲାଣ୍ଡ ୧୬୬ ରନ କରିନପାରି ୭ଟି ୱିକେଟ ହରାଇ କରିଥିଲା ୧୬୫ ରନ । ପୂର୍ବ ହାମିଲଟନ୍ ମ୍ୟାଚ୍ ପରି ସୁପର୍ ଓଭରରେ ଭାରତ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି ।

ସୁପର ଓଭରରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ ୬ଟି ବଲରୁ ୧ ୱିକେଟ ବିନିମୟରେ କରିଥିଲା ୧୩ ରନ । ଏହାର ଜବାବରେ ଭାରତ ପକ୍ଷରୁ କେ ଏଲ ରାହୁଲ ଓ କପ୍ତାନ କୋହଲୀ ବ୍ୟାଟିଂ କରିବାକୁ ଆସିଥିଲେ । ରାହୁଲ୍ ୧ମ ଦୁଇଟି ବଲରେ ଛକା ଓ ଚୌକା ମାରି ୧୦ ରନ କରିଥିଲେ । ସେ ପରବର୍ତ୍ତୀ ବଲରେ ଆଉଟ ହେବାପରେ କୋହଲୀ ଚୌକା ମାରି ଖେଳ ଶେଷ କରିଥିଲେ ।

ହାମିଲଟନ ମ୍ୟାଚ ଟାଏ ହେବା ପରେ ଏହି ମ୍ୟାଚଟି ମଧ୍ୟ ସୁପର ଓଭରରେ ନିର୍ଣ୍ଣୟ ହୋଇଥିଲା ।

Leave A Reply

Your email address will not be published.