Latest Odisha News

BREAKING NEWS

ତାରାତାରିଣୀ ପୀଠରେ ୫ଟି’ ସଚିବ; ଅନୁଧ୍ୟାନ କଲେ ବିକାଶମୂଳକ କାର୍ଯ୍ୟ

ବ୍ରହ୍ମପୁର: ଓଡିଶା ମୁଖ୍ୟମନ୍ତ୍ରୀଙ୍କ ୫ଟି’ ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ନଦୀ ନିକଟ କୁମାରୀ ପାହାଡରେ ଥିବା ତାରାତାରିଣୀ ପୀଠ ପରିଦର୍ଶନ କରିଛନ୍ତି । ଏଥିସହିତ ସେ ମନ୍ଦିରର ବିକାଶମୂଳକ କାର୍ଯ୍ୟର ଅନୁଧ୍ୟାନ ମଧ୍ୟ କରିଛନ୍ତି ।

ନିକଟ ଅତୀତରେ ପୁରୀ ଜଗନ୍ନାଥ ମନ୍ଦିର ଓ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ପରିଦର୍ଶନରେ ଯାଇ ପାଣ୍ଡିଆନ୍ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସମୀକ୍ଷା କରିଥିବା ବେଳେ ଆଜି ଭୋର୍ ସମୟରେ ୧୭ତମ ଶତାବ୍ଦୀର ଏହି ତାରା ତାରିଣୀ ପୀଠକୁ ଯାଇଛନ୍ତି ।

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲଙ୍ଗଙ୍କ ସହ ଭିତ୍ତିଭୂମି ସୁବିଧା ଏବଂ ସାର୍ବଜନୀନ ବ୍ୟବହାର ଉପରେ ଆଲୋଚନା ମଧ୍ୟ କରିଛନ୍ତି ପାଣ୍ଡିଆନ୍ । ଏହି ଅବସରରେ ଗଞ୍ଜାମ ଜିଲ୍ଲା ପିଡି ଡିଆରଡି, ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମଧ୍ୟ ଉପସ୍ଥିତ ରହିଥିଲେ ।

ସେ ଆହୁରି ମଧ୍ୟ ମନ୍ଦିରର ସେବାୟତ ବାପୁଜି ରନ୍ନାଙ୍କ ସହ ସାକ୍ଷାତ କରିଥିଲେ ।

ଓଡିଶା ସରକାର ଖୁବଶୀଘ୍ର ଋଷିକୂଲ୍ୟା ନଦୀ, ତାରାତାରିଣୀ ପୀଠ ଓ ଏହାର ଆଖପାଖ ଅଞ୍ଚଳର ବିକାଶମୂଳକ କାର୍ଯ୍ୟ ତଥା ସୌନ୍ଦର୍ଯ୍ୟକରଣ ଲାଗି ଏକ ପ୍ୟାକେଜ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉ ଥିବା ନେଇ ସୁତ୍ରରୁ ପ୍ରକାଶ ।

ଆହୁରି ମଧ୍ୟ ୫ଟି’ ସଚିବ ପାଣ୍ଡିଆନ୍ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକରେ ଅବସ୍ଥିତ ସମସ୍ତ ହାଇସ୍କୁଲ୍ ଓ ନଗରପାଳିକା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.