ଭୁବନେଶ୍ୱର: ଲିଙ୍ଗରାଜ ଥାନାର ଓଏପିଏଫ(ଓଡ଼ିଶା ଅକଜିଲିଆରି ପୋଲିସ ଫୋର୍ସ) କନେଷ୍ଟବଳ ରଜନୀକାନ୍ତ ଗମାଙ୍ଗୋ ଏକ ନାବାଳିକାଙ୍କୁ ୧୩ ବର୍ଷ ବୟସ ହୋଇଥିବା ବେଳ ଠାରୁ ଚାରି ବର୍ଷ ଧରି ଯୌନ ଶୋଷଣ କରିଥିବା ଅଭିଯୋଗ ଆସିଛି । ଏନେଇ ଚାଇଲ୍ଡ ଲାଇନ ଓ ସଂପୃକ୍ତ ନାବାଳିକା ଭୁବନେଶ୍ୱର ମହିଳା ଥାନାରେ ଏତଲା ଦାଏର କରିଛନ୍ତି । ଏହା ପରେ ଅଭିଯୁକ୍ତ କନେଷ୍ଟବଳକୁ ପୋକ୍ସୋ ଆକ୍ଟରେ ଗିରଫ କରାଯାଇଛି ।
ଦୀର୍ଘ ଚାରି ବର୍ଷ ଧରି କନେଷ୍ଟବଳ ଜଣକ ନାବାଳିକାଙ୍କୁ ଯୌନ ଶୋଷଣ କରିବା ସହ ତାଙ୍କୁ ବିଭିନ୍ନ ପ୍ରକାର ଧମକ ମଧ୍ୟ ଦେଉଥିଲେ । ଶୋଷଣ ବା ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭିଡିଓ ରଖି ତାକୁ ଭାଇରାଲ କରିବାକୁ ଧମକ ଦେଉଥିଲେ । ଏପରିକି ଚାରି ଜଣଙ୍କୁ ସେହି ଫଟୋ ଭିଡିଓ ପଠାଇଛନ୍ତି ବୋଲି ଚାଇଲ୍ଡ ଲାଇନ ନିର୍ଦ୍ଦେଶକ ବେଣୁଧର ସେନାପତି କହିଛନ୍ତି ।
ଭିଡିଓ ଭାଇରାଲ କରିବାର ବାରମ୍ବାର ଧମକ ଦେଇ କନେଷ୍ଟବଳ ରଜନୀକାନ୍ତ ଗମାଙ୍ଗ ନାବାଳିକାଙ୍କୁ ଶୋଷଣ କରି ଚାଲୁଥିଲେ ବୋଲି ଅଭିଯୋଗ ହୋଇଛି । ଏପରିକି ପୋଲିସ ଅଭିଯୋଗ ନିଷ୍ଫଳ ହେବ ବୋଲି ଧମକ ଦେଉଥିଲେ ।
ଲମ୍ବା ସମୟ ଧରି ବାରମ୍ବାର ନିର୍ଯାତିତ ହେବା ପରେ ନାବାଳିକା ପ୍ରଥମେ ଚାଇଲ୍ଡ ଲାଇନରେ ଫୋନ ଯୋଗ ଅଭିଯୋଗ କରିଥିଲେ । ଏହା ପରେ ମହିଳା ଥାନାରେ ଅଭିଯୋଗ କରାଯାଇଥିଲା ।
ପୀଡ଼ିତାଙ୍କ ଡାକ୍ତରୀ ମାଇନା ହେବା ସହ ବୟାନ ରେକର୍ଡ କରାଯାଇଛି । ସେପଟେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ମହିଳା ଥାନା । ଘଟଣାର ତଦନ୍ତ ଏକ ଉଚ୍ଚସ୍ତରୀୟ କମିଟି କରିବ ବୋଲି କୁହାଯାଇଛି ।
Comments are closed.