Latest Odisha News

BREAKING NEWS

ଜାତୀୟ ଜୁନିୟର ମହିଳା ହକି ଟିମ ଘୋଷିତ: ଓଡିଶାରୁ ୪

ଭୁବନେଶ୍ୱର: ୟୁନିଫରରେ ହେବାକୁ ଥିବା ୨୩ ବର୍ଷରୁ କମ ପଂଚଦେଶୀୟ ହକି ପ୍ରତିଯୋଗିତା ପାଇଁ ୨୦ ଜଣିଆ ଜାତୀୟ ଦଳ ଘୋଷଣା କରାଯାଇଛି । ବୈଷ୍ଣବୀ ଭିଠଲ ଫାଲକେ ନେତୃତ୍ୱାଧୀନ ଏହି ଦଳରେ ୪ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ଦୀପି ମୋନିକା ଟପ୍ପୋ, ଜ୍ୟୋତି ଛତ୍ରୀ, ମମିତା ଓରାମ ଓ ନିକିତା ଟପ୍ପୋ । ଆୟର୍ଲାଣ୍ଡରେ ଜୁନ ୧୯ରୁ ୨୬ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଂଟ ଆୟୋଜିତ ହେବ । ଭାରତ ବ୍ୟତୀତ ଏଥିରେ ଅଂଶଗ୍ରହଣ କରିଥିବା ଅନ୍ୟ ୪ଟି ଦେଶ ହେଲେ ନେଦରଲାଣ୍ଡ, ଆୟର୍ଲାଣ୍ଡ, ଆମେରିକା ଓ ୟୁକ୍ରେନ ।

BjdElectrycity

ଭାରତୀୟ ଦଳ:ବୈଷ୍ଣବୀ ଭିଠଲ ଫାଲକେ(ଅଧିନାୟିକା), ମଂଜୁ ଚୌରାଶିଆ, ଜ୍ୟୋତି ଛତ୍ରୀ, ହୀନା ବାନୋ, ନିକିତା ଟପ୍ପୋ, ଅଶ୍ୱିନୀ କୋଏଲକର, ରୁତୁଜା ଦାଦାସାଓ ପିସଲ, ଖୁସବୁ, କୁରମାପୁ ରାମାୟା, ପ୍ରୀତି, ମମିତା ଓରାମ, ମହିମା ଟେଟେ, ନୀଲମ, ରିତିକା ସିଂ, ଅନ୍ନୁ, ବ୍ୟୁଟି ଡୁଙ୍ଗଡୁଙ୍ଗ, ମମତାଜ ଖାଁ, ଦୀପିକା ସୋରେଙ୍ଗ, ମୋନିକା ଦୀପି ଟପ୍ପୋ, ମୁଦୁଗୁଲା ଭବାନୀ ।

Leave A Reply

Your email address will not be published.