Latest Odisha News

BREAKING NEWS

ବିଜେପି ସଭାପତିଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଓଏଏସ ଆସୋସିଏସନ୍ ପକ୍ଷରୁ ଥାନାରେ ଏତଲା

ରାୟଗଡା: ରାୟଗଡା ଜିଲ୍ଲା ବିଜେପି ସଭାପତି ଗୋପୀ ଆନନ୍ଦ ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁରଙ୍କୁ ଦୁର୍ବ୍ୟବହାର କରିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣା ନେଇ ରାୟଗଡ଼ା ଜିଲ୍ଲା ଓଏଏସ ସଂଘ ବୈଠକ କରି ଏହାର ତୀବ୍ର ନିନ୍ଦା କରିଛନ୍ତି । ଏ ସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନ ନିକଟରେ ଓଏଏସ ସଙ୍ଘ ଅଭିଯୋଗ କରିବା ସହ ରାୟଗଡ଼ା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ଜାତିଆଣ ଆକ୍ଷେପ କରାଯାଇଥିବା ଅଭିଯୋଗ କରିଛନ୍ତି ।

ଚଳିତ ମାସ ୯ ତାରିଖ, ୧୭ ତାରିଖ, ୧୪ ତାରିଖ ଓ ୨୦ ତାରିଖ ଦିନ ମୋବାଇଲ ଯୋଗେ ଖରାପ ମନ୍ତବ୍ୟ ଦେବା ସହ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର । ଏହାଦ୍ବାରା ଜିଲ୍ଲାର ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି । ଏହି ଘଟଣା ନେଇ ବିଜେପି ସଭାପତିଙ୍କ ପ୍ରତିକ୍ରିୟା ନେବା ପାଇଁ ଆମେ ଉଦ୍ୟମ କରିଥିଲୁ । ସେ ରାୟଗଡ଼ାରେ ଅନୁପସ୍ଥିତ ଥିବା ଯୋଗୁଁ ତାଙ୍କର କୌଣସି ମତାମତ ମିଳିପାରି ନାହିଁ ।

Leave A Reply

Your email address will not be published.