Latest Odisha News

BREAKING NEWS

ଓଏଏସ୍ ସ୍ତରରେ ଅଦଳବଦଳ, ବଦଳିଲେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ

ଭୁବନେଶ୍ୱର: ବଦଳିଲେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ। ବିଜ୍ଞପ୍ତି ଅନୁସାରେ, ବରିଷ୍ଠ ଓଏଏସ ଅଧିକାରୀ ଅନୁଜ କୁମାର ଦାସ ପଟ୍ଟନାୟକଙ୍କୁ ସୂଚନା ଏବଂ ଲୋକସମ୍ପର୍କ (ଆଇ ଆଣ୍ଡ ପିଆର) ବିଭାଗର ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି। ପିଏମ୍‌ ପୋଷଣ ଓ ଏମ୍ଏମ୍‌ ପୋଷଣର ରାଜ୍ୟ ନୋଡାଲ୍ ଅଫିସର ଥିଲେ ଅନୁଜ କୁମାର ଦାସ ପଟ୍ଟନାୟକ।

ସେ ଦେବ ପ୍ରସାଦ ଦାଶଙ୍କ ସ୍ଥାନ ନେବେ। ଦେବ ପ୍ରସାଦ ଗତ ମାସରେ ସ୍ୱତନ୍ତ୍ର ସଚିବ ପଦବୀକୁ ପଦୋନ୍ନତି ପାଇଥିଲେ ଏବଂ ଆଇ ଆଣ୍ଡ ପିଆର ବିଭାଗର ଅତିରିକ୍ତ ଦାୟିତ୍ୱ ପାଇଥିଲେ। ଚଳିତ ବର୍ଷ ଫେବୃଆରୀ ୨୮ ରେ ସରୋଜ ସାମଲଙ୍କ ଅବସର ପରଠାରୁ ଏହି ପଦବୀ ଖାଲି ପଡ଼ିଥିଲା।

ଅନୁଜ କୁମାର ଦାସ ପଟ୍ଟନାୟକ ଗତ ମାସରୁ ପିଏମ ପୋଷଣ ଏବଂ ଏମଏମ ପୋଷଣ ପାଇଁ ରାଜ୍ୟ ନୋଡାଲ ଅଧିକାରୀ ଭାବରେ ମଧ୍ୟ କାର୍ଯ୍ୟ କରୁଥିଲେ। ଏହା ପୂର୍ବରୁ ସେ ଇସ୍ପାତ ଏବଂ ଖଣି ଓ ମହିଳା-ଶିଶୁ ବିକାଶ ବିଭାଗରେ ଅତିରିକ୍ତ ସଚିବ ଭାବରେ କାର୍ଯ୍ୟ କରିଥିଲେ।

ସେହିପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଓଏଏସ୍ ସୁରେନ୍ଦ୍ର କୁମାର ପଣ୍ଡାଙ୍କୁ ପିଏମ ପୋଷଣ କାର୍ଯ୍ୟକ୍ରମର ରାଜ୍ୟ ନୋଡାଲ ଅଫିସର ଭାବେ ବଦଳି କରାଯାଇଛି। ସୂଚନା ଅନୁସାରେ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ଦେବ ପ୍ରସାଦ ଦାଶ ଏବେ ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ସଚିବ ଅଛନ୍ତି ।

Comments are closed.