Latest Odisha News

BREAKING NEWS

ପ୍ରଶାନ୍ତ ମହାସାଗରରେ ୨ମାସ ଧରି ଫସି ରହିବା ପରେ ଜୀବିତ ଫେରିଲେ ନାବିକ

ମେଲବୋର୍ଣ୍ଣ: ଭଗବାନ ଯାହାକୁ ବଂଚାଇବାକୁ ଚାହିଁବେ ତାକୁ କିଏ ବା ମାରିପାରିବ । ପ୍ରଶାନ୍ତ ମହାସାଗରରେ ୨ମାସ ଧରି ଜଣେ ଅଷ୍ଟ୍ରେଲୀୟ ନାବିକ ଫସି ଯାଇଥିଲେ । ସେ ଜୀବିତ ଫେରିବେ ବୋଲି କେହି ଆଶା କରି ନ ଥିଲେ । ୫୧ ବର୍ଷୀୟ ଟିମ ଶେଡାକ ତାଙ୍କ କୁକୁର ବେଲା ସହ ମେକ୍ସିକୋରୁ ଫ୍ରେଂଚ ପୋଲିନେଶିଆ ଯାତ୍ରାରେ ବାହାରିଥିଲେ । ସମୁଦ୍ର ମଝିରେ ତାଙ୍କ ଡଙ୍ଗା ବାତ୍ୟା ଯୋଗୁ ଫସି ଯାଇଥିଲା । ତାଙ୍କ ଡଙ୍ଗା ଭାଙ୍ଗି ଯାଇଥିଲା । କୁକୁର ବେଲା ଯୋଗୁ ମୁଁ ବଂଚିପାରିଲି ବୋଲି ସେ କହିଛନ୍ତି । ରାତିରେ ସମୁଦ୍ର ମୋ ପାଇଁ ଅତି ଭୟଙ୍କର ସାଜିଥିଲା । ମାଛ ଖାଇ ଓ ବର୍ଷା ପାଣି ପିଇ ଆମେ ବଂଚି ରହିଥିଲୁ ।

୨ ମାସ ପରେ ଧିରେ ଧିରେ ଫେରିବା ଆଶା କ୍ଷୀଣ ହେଉଥିଲା । ଭାଗ୍ୟବଶତଃ ଏକ ହେଲିକପ୍ଟରର ନଜର ଆମ ଉପରେ ପଡିଥିଲା । ସେମାନେ ଆମକୁ ବଂଚାଇଥିଲେ । ଶେଡାକଙ୍କ ସ୍ୱାସ୍ଥ୍ୟାବସ୍ଥା ଏତେଟା ବିଗିଡି ନ ଥିଲା । ସେ ଝଡି ଯାଇଥିଲେ ଏବଂ ଦାଢ଼ି ବଢ଼ି ଯାଇଥିଲା । ଉଦ୍ଧାର ପରେ ପୁନର୍ବାର ଭଗବାନଙ୍କ ପ୍ରତି ମୋର ବିଶ୍ୱାସ ବଢ଼ିଯାଇଛି । ଏବେ ଘରକୁ ଯାଇ ବେଶ କିଛି ଦିନ ଆରାମ କରିବି ବୋଲି ସେ କହିଛନ୍ତି । ତଥାପି ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି । ସମୁଦ୍ରରେ ବଂଚି ରହିବା ପାଇଁ ଶେଡାକ ତାଙ୍କ ବୁଦ୍ଧିର ପ୍ରୟୋଗ କରିଥିଲେ । ଆଉ ବେଲା ତାଙ୍କ ପାଇଁ ଦେବଦୂତଠାରୁ କମ ନ ଥିଲା । ସୋସିଆଲ ମିଡିଆରେ ଏହି ଖବର ପ୍ରସାରିତ ହେବା ପରେ ଏବେ ଏହା ଭାଇରାଲ ହେବାରେ ଲାଗିଛି ।

Comments are closed.