Latest Odisha News

ବାତ୍ୟା ପାଇଁ ବାତିଲ ହେଲା ଓସିଏସ୍ ପରୀକ୍ଷା, ଓପିଏସସି ପକ୍ଷରୁ ଘୋଷଣା

ଭୁବନେଶ୍ବର: ବାତ୍ୟା ଦାନା ପାଇଁ ବାତିଲ ହେଲା ଓସିଏସ ପରୀକ୍ଷା। ଆସନ୍ତା ୨୭ ତାରିଖ ରବିବାରରେ ହେବାକୁ ଥିବା ଓଡିଶା ସିଭିଲ ସର୍ଭିସ ପରୀକ୍ଷା ବାତିଲ କରାଯାଇଛି। ତେବେ ପରବର୍ତ୍ତୀ ପରୀକ୍ଷା କେବେ ହେବ ସେ ନେଇ ପରେ ଅବଗତ କରାଯିବ ବୋଲି ଓପିଏସସି ତରଫରୁ କୁହାଯାଇଛି।

ଏନେଇ ପରୀକ୍ଷାର୍ଥୀ ଓପିଏସସି ୱେବସାଇଟରେ ବିସ୍ତୃତ ତଥ୍ୟ ହାସଲ କରିପାରିବେ। ସୂଚନା ଥାଉକି ବାତ୍ୟା ଦାନା ଆସନ୍ତାକାଲି ସ୍ଥଳ ଭାଗ ଛୁଇଁବ। ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ସାମୁଦ୍ରିକ ଝଡ ‘ଦାନା’। ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ଦାନା। ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ରହିବ।

ତେବେ ୨୫ ତାରିଖରେ ଏହାର ପ୍ରବଳ ପ୍ରଭାବ ରହିବ। ଫଳରେ ବିଭିନ୍ନ ସ୍ଥାନରେ ରାସ୍ତାଘାଟ ଭାଙ୍ଗିଯିବା ସହିତ ଗମନାଗମନ ବାଧାପ୍ରାପ୍ତ ହେବ। ଏପରିକି ଟ୍ରେନ ସେବା ମଧ୍ୟ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ପରୀକ୍ଷାକୁ ସ୍ଥଗିତ ରଖାଗଲା ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।

Leave A Reply

Your email address will not be published.