Latest Odisha News

BREAKING NEWS

ଆଜି ଶ୍ରୀମନ୍ଦିିରରେ ଓଢଣଷଷ୍ଠୀ: ଘୋଡଲାଗି ହେବେ ତିନି ଠାକୁର

ପୁରୀ: ଆଜି ଓଢଣ ଷଷ୍ଠୀ । ଆଉ ଶୀତ ସହିପାରିବେନି ତିନି ଠାକୁର । ତେଣୁ  ଆଜିଠୁ ଘୋଡଲାଗି ହେବେ ଶ୍ରୀଜୀଉ । ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କର ହେବ ଓଢଣ ଷଷ୍ଠୀ ନୀତି । ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ୱାଦଶ ଯାତ୍ରାମାନଙ୍କ ମଧ୍ୟରୁ ଏହି ଯାତ୍ରା ଅନ୍ୟତମ । ଶ୍ରୀମନ୍ଦିରରେ ଆଜି ସକାଳ ଧୂପ ବଢିବା ପରେ ମଇଲମ କରାଯାଇଥିଲା ।  ପୂର୍ବ ରାତିରୁ ଭୋଗ ମଣ୍ଡପ ପରେ ଅଧିବାସିତ ହୋଇ ରହିଥିବା ଘୋଡମାନଙ୍କୁ ପଟୁଆାରରେ ରତ୍ନ ସିଂହାସନକୁ ଅଣାଯିବ ।

ମଖଲମ ଓ ସୂତା କପଡ଼ାରେ ଦରଜୀ ସେବକଙ୍କ ଦ୍ୱାରା ଶ୍ରୀଜୀଉଙ୍କର ଏହି ଘୋଡ଼ ସ୍ୱତନ୍ତ୍ର ଶୈଳୀରେ ପ୍ରସ୍ତୁତ କରାଯାଇଥାଏ ।   ବିଧି ଅନୁଯାୟୀ,  ଘଣ୍ଟ, ଛତା, କାହାଳୀ ସହ ପଟୁଆରରେ ଏହି ଘୋଡକୁ ଅଣାଯିବ । ବଡ ଦେଉଳକୁ ତିନିଥର ପରିକ୍ରମା ପରେ ଏହା ରତ୍ନ ସିଂହାସନ ନିକଟକୁ ଆସିବ । ଏହା ପରେ ଠାକୁରଙ୍କ ପାଗ ଓ ଘୋଡ ଲାଗି ବଢିବା ପରେ ଛଅ ମୂର୍ତ୍ତି ଅଳଙ୍କାର ଲାଗି କରାଯିବ । ପ୍ରସାଦ ସହ ତିନି ବାଡରେ ବନ୍ଦାପନା କରାଯିବ ।

ଶ୍ରୀଜୀଉ ଆଜିଠାରୁ ଶ୍ରୀ ପଞ୍ଚମୀ ଯାଏ ଘୋଡ ଲାଗିହେବ  । ବିିଭିନ୍ନ ଦିନରେ ବିଭିନ୍ନ ପ୍ରକାର ଘୋଡଲାଗି ହୋଇଥାନ୍ତି ପ୍ରଭୁ । ଯେମିତି ରବିବାର ଦିନ ଲାଲ, ସୋମବାରରେ କଳାଛିଟା ମିଶା ଶୁକ୍ଳରଙ୍ଗ, ମଙ୍ଗଳବାର ପଟିଆ, ବୁଧବାର ନୀଳ, ଗୁରୁବାର ହଳଦିଆ, ଶୁକ୍ରବାର ଧଳା ରଙ୍ଗର ଘୋଡ ପରିଧାନ କରିଥାନ୍ତି ଠାକୁର ।

Leave A Reply

Your email address will not be published.