ତପସ୍ୱିନୀ ଶତପଥୀ
ଚିରନ୍ତନ ଶାଶ୍ୱତ ଅମୃତର ସ୍ପର୍ଶ
ଯୋଡ଼େ ଦୁଇ ଅନ୍ତର
ନା ତାର ପ୍ରେମ
କରଇ ସଭିଙ୍କୁ ହର୍ଷ
ସୁପ୍ତ ଚେତନାକୁ ଜାଗ୍ରତ କରେ
ସ୍ଵୟଂ ସିଦ୍ଧ କରେ ପରିଚୟ
ଭରେ ଆନନ୍ଦ ମନରେ
ମୃଦୁ ମଳୟର ମଳୟ ପବନେ
ପୁଲ୍ଲକିତ ସ୍ପନ୍ଦନ
ନିଷ୍ପାପ କରେ ଜୀବନ ବନ୍ଧନ
ଶ୍ରାବଣ ଭିଜା ଟୋପାରେ
ତନୁ ମନ ଆନମନା
ଶୂନ୍ୟ ହୃଦୟର ପୂର୍ଣ୍ଣ ସ୍ଥାନ ସିଏ
ନା ତାର ପ୍ରେମ
ଶିହରଣ ଭରେ ମନରେ
ପୂର୍ଣ୍ଣିମା ରାତ୍ରିର ନିର୍ମଳ ଜୋଛନା
ଦିଏ କେବେ କାହାକୁ ବେଦନା
ଅନନ୍ୟା ରୂପ ତା ଅନନ୍ତ ଆକାରେ
ବର୍ଣ୍ଣନା ନାହିଁ ତାହାର
ଯାଜପୁର