ନୂଆଦିଲ୍ଲୀ: ବଲିଉଡ ବାଦଶାହ କୁହାଯାଉଥିବା ଶାହରୁଖ ଖାନ ଚଳିତ ବର୍ଷ ଜୁନ୍ ୨୫ ରେ ବଲିଉଡ ଇଣ୍ଡଷ୍ଟ୍ରିରେ ତାଙ୍କର ୩୧ ବର୍ଷ ପୂରଣ କରିଛନ୍ତି। ଚଳଚ୍ଚିତ୍ର ଜଗତରେ ତିନି ଦଶନ୍ଧି ବିତାଇଥିବା ଶାହରୁଖ ଏହାକୁ ପାଳନ କରିବା ପାଇଁ ଟ୍ୱିଟରରେ ‘ଆସ୍କ ଏସଆରକେ (SRK)’ନାମକ ଏକ ସେସନ କରିଥିଲେ। ଏହି ସେସନରେ ଶାହାରୁଖ ନିଜ ଶୈଳୀରେ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ଦେଉଥିବାର ନଜର ଆସିଥିଲେ। ସୋସିଆଲ ମିଡିଆରେ ଶାହାରୁଖଙ୍କ ଏକ ଉତ୍ତର ଚାରିଆଡେ ଭାଇରାଲ ହେବାରେ ଲାଗିଛି। ଏହି ଉତ୍ତରରେ ସେ ଆମେରିକାର ହ୍ୱାଇଟ ହାଉସ ବିଷୟରେ ଉଲ୍ଲେଖ କରିଛନ୍ତି।
ଏକ ଟୁଇଟର ‘Ask SRK’ସେସନରେ ଜଣେ ପ୍ରଶଂସକ ଶାହରୁଖଙ୍କୁ ପଚାରିଥିଲେ ଯେ ଯେତେବେଳେ ଆମେରିକାର ହ୍ୱାଇଟ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଛୈୟା ଛୈୟା’ ଗୀତରେ ସ୍ୱାଗତ କରାଯାଇଥିଲା, ଆପଣଙ୍କୁ କେମିତି ଲାଗିଥିଲା ଏବଂ ଏ ସମ୍ପର୍କରେ କଣ କହିବେ? ଏହାର ଜବାବ ଦେଇ ଶାହରୁଖ ଟ୍ୱିଟରରେ ଅତି ମଜାଳିଆ ଢଙ୍ଗରେ ଲେଖିଛନ୍ତି, ‘ସେଠାରେ ମୁଁ ଏହି ଗୀତରେ ନାଚିବାକୁ ଇଚ୍ଛା କରିଥିଲି, କିନ୍ତୁ ହଠାତ୍ ଭାବିଲି ସେମାନେ ଟ୍ରେନକୁ ଭିତରକୁ ପ୍ରବେଶ କରେଇବାକୁ ଦେଇ ନଥାନ୍ତେ।’
Wish I was there to dance to it….but they wouldn’t allow a train inside I guess??!!! https://t.co/jjsUexZXCH
— Shah Rukh Khan (@iamsrk) June 25, 2023
ଶାହାରୁଖ ଖାନ ଚତୁରତାର ସହ ଜବାବ ଦେବା ପାଇଁ ସବୁବେଳେ ପ୍ରସ୍ତୁତ। ସେ ପୁଣି ଥରେ ପ୍ରମାଣ କଲେ ଯେ ତାଙ୍କର ସେନ୍ସ ଅଫ୍ ହ୍ୟୁମର କେତେ ଚମତ୍କାର। ଶାହାରୁଖଙ୍କ ଏହି ଟ୍ୱିଟରେ ଲୋକଙ୍କଠାରୁ ଅଧିକ ପ୍ରେମର ବାର୍ତ୍ତା ଛୁଟିଆସୁଛି। ଏହା ଉପରେ ମନ୍ତବ୍ୟ ଦେଇ ଜଣେ ପ୍ରଶଂସକ ଲେଖିଛନ୍ତି, ‘ଚତୁର ଉତ୍ତର’। ଅନ୍ୟଜଣେ ପ୍ରଂଶସକ ଲେଖିଛନ୍ତି, ‘ ଆପଣଙ୍କ ପାଇଁ ସବୁକିଛି ଆଲାଉଡ୍’। ଅନ୍ୟ ଜଣେ ଲେଖିଥିଲେ, ‘ସାର୍ ଆପଣ ସତରେ ବାଜିଗର’।
Comments are closed.