Latest Odisha News

ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧୀ ଦିବସ ପାଳିତ

ରାଉରକେଲା: ଆଜି ହେଉଛି ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧୀ ଦିବସ। ଏହି ଅବସରରେ ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ସହରରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସିଭିଲ ଟାଉନସିପ ସ୍ଥିତ ଡେଭଲପମେଣ୍ଟ ଏରିଆ ହାଇସ୍କୁଲରୁ ବାହାରି ଏକ ସଚେତନତା ଶୋଭାଯାତ୍ରା ଉଦିତନଗର ହାଇସ୍କୁଲ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ସହ ଅବକାରୀ, ପୋଲିସ ଓ ସିଆରପିଏଫ ବାହିନୀର ଯବାନ ସାମିଲ ଥିଲେ।

ଶୋଭାଯାତ୍ରାକୁ ଅବକାରୀ ଅଧୀକ୍ଷକଙ୍କ ଉପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଅତ୍ୟଧିକ ମଦ୍ୟପାନ ଓ ମାଦକ ଦ୍ରବ୍ୟର ଅପବ୍ୟବହାର, ଅପକାରିତା ବାବଦରେ ଜନସାଧାରଣଙ୍କୁ ସଚେତନ କରାଯିବା ସହ ନିଶା ଓ ମାଦକ ଦ୍ରବ୍ୟର ଅବୈଧ କାରବାର କରୁଥିବା ଅସାଧୁ ବ୍ୟକ୍ତିଙ୍କ ବାବଦରେ ବିଭାଗକୁ ସୂଚନା ଦେବାକୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.