Latest Odisha News

BREAKING NEWS

ଦିନିକିଆ ବିଶ୍ୱକପ କ୍ରିକେଟ: ଉନ୍ମୋଚିତ ହେଲା ମାସ୍କଟ

ନୂଆଦିଲ୍ଲୀ: ଭାରତରେ ଦିନିକିଆ ବିଶ୍ୱକପ କ୍ରିକେଟ ୫ ଅକ୍ଟୋବର ୧୯ ନଭେମ୍ବର ପର୍ଯ୍ୟନ୍ତ ଖେଳାଯିବ । ଏଥିପାଇଁ ଶନିବାର ଏହାର ମାସ୍କଟ ଉନ୍ମୋଚନ କରାଯାଇଛି । ୧୯ ବର୍ଷରୁ କମ ବିଶ୍ୱକପରେ ଭାରତକୁ ବିଜୟୀ କରାଇଥିବା ୟଶ ଢ଼ୁଲ ଏବଂ ଶେଫାଳୀ ବର୍ମା ମିଳିତ ଭାବେ ଏହାକୁ ଉନ୍ମୋଚନ କରିଥିଲେ । ଏହା ମାଧ୍ୟମରେ ଲୈଙ୍ଗିକ ସମାନତାର ବାର୍ତା ମଧ୍ୟ ଦିଆଯାଇଛି । ମାସ୍କଟ ନାମକରଣ କରିବା ପାଇଁ ଆଇସିସି ପକ୍ଷରୁ ଆହ୍ୱାନ କରାଯାଇଛି । ମାସ୍କଟକୁ ସଂସ୍କୃତି, ଏକତା ଓ ଉତ୍ସାହୀ ପ୍ରତୀକ ଭାବେ ଚିତ୍ରଣ କରାଯାଇଛି । ଏହି ମାସ୍କଟ ଏବେ କ୍ରିକେଟପ୍ରେମୀଙ୍କ ସହ ବିଶ୍ୱକପ ଶେଷ ପର୍ଯ୍ୟନ୍ତ ରହିବ । ମାସ୍କଟ ଏବଂ ଏହାର ସାମଗ୍ରୀ ମଧ୍ୟ ଖୁବ ଶୀଘ୍ର ବିକ୍ରି ଆରମ୍ଭ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

BjdElectrycity

ପୁରୁଷ ମାସ୍କଟ ଶାନ୍ତ, ଗମ୍ଭୀର ଓ ବ୍ୟାଟିଂର ସମସ୍ତ କଳାରେ ମହାରଥୀ ହାସଲ କରିଛି । ଏହାର ପ୍ରତ୍ୟେକ ଶଟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛି । ସେହିପରି ମହିଳା ମାସ୍କଟର ବର୍ଣ୍ଣନା କରି କୁହାଯାଇଛି ଯେ, ଏହା ବିଜୁଳି ବେଗରେ ବୋଲିଂ କରିଥାଏ । ଏହାର ୬ ପାୱାର କ୍ରିକେଟ ଆଭୂଷଣ ଅଧିକ ଶକ୍ତିଶାଳୀ କରିଥାଏ । ବିଶ୍ୱକପ ଦେଖିବା ପାଇଁ ଅଗଷ୍ଟ ୧୫ରୁ ପଂଜୀକରଣ ପ୍ରକିୟା ଆରମ୍ଭ ହୋଇଯାଇଛି । ୨୫ ଅଗଷ୍ଟରୁ ଏହାର ବିକ୍ରୀ ଆରମ୍ଭ ହେବ ।

Leave A Reply

Your email address will not be published.