Latest Odisha News

ଫିଫା ମହିଳା ବିଶ୍ୱକପ : ସ୍ୱୀଡେନକୁ ବ୍ରୋଞ୍ଜ

ମେଲବୋର୍ଣ୍ଣ: ଚଳିତ ମହିଳା ବିଶ୍ୱକପ ଫୁଟବଲ ଅନ୍ତିମ ପର୍ଯ୍ୟାୟରେ ପଂହଚିଛି । ଶନିବାର ସ୍ୱୀଡେନ ବ୍ରୋଞ୍ଜ ପଦକ ହାସଲ କରିଛି । ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ମୁକାବିଲାରେ ସ୍ୱୀଡେନ ୨-୦ ଗୋଲରେ ଆୟୋଜକ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଫ୍ରେଡଲିନା ରୋଲଫଙ୍କ ଗୋଲ ବଳରେ ସ୍ୱୀଡେନ ୧-୦ ଗୋଲର ଅଗ୍ରଣୀ ହାସଲ କରି ନେଇଥିଲା । ଦ୍ୱିତୀୟାର୍ଦ୍ଧରେ କୋସବରେ ଅସଲାନୀ ଦ୍ୱିତୀୟ ଗୋଲଟି ଦେଇଥିଲେ । ଅଷ୍ଟ୍ରେଲିଆ ସମସ୍ତ ଉଦ୍ୟମ କରିବା ସତ୍ୱେ ଗୋଲ ଦେଇପାରି ନ ଥିଲେ ।

BjdElectrycity

ଭାଗ୍ୟ ମଧ୍ୟ ସେମାନଙ୍କ ବିପକ୍ଷରେ ଥିଲା । ତେବେ ବିଶ୍ୱକପରେ ଆୟୋଜକ ଦଳର ଏହା ଶ୍ରେଷ୍ଠ ପ୍ରଦର୍ଶନ । ଏହା ପୂcର୍ବରୁ ଅଷ୍ଟ୍ରେଲିଆ କ୍ୱାର୍ଟରଫାଇନାଲ ଆଗକୁ ବଢ଼ିପାରି ନ ଥିଲା । ରବିବାର ଫାଇନାଲ ମ୍ୟାଚ ଇଂଲଣ୍ଡ ଓ ସ୍ପେନ ମଧ୍ୟରେ ଖେଳାଯିବ । ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଇଂଲଣ୍ଡ ଏବଂ ସ୍ୱୀଡେନକୁ ସ୍ପେନ ପରାସ୍ତ କରିଥିଲା ।

Leave A Reply

Your email address will not be published.