ଭୁବନେଶ୍ୱର: ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀଙ୍କୁ ବୁଧବାର ଦିନ ବିବାହ କରିଛନ୍ତି ଓଡିଆ ଅଭିନେତା ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ ।
ଭୁବନେଶ୍ୱରର ବରମୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ଗ୍ରାଉଣ୍ଡରେ ଏହି ବିବାହ ଉତ୍ସବ ଆୟୋଜିତ ହୋଇଥିବା ବେଳେ ବହୁ ନାମୀଦାମୀ ରାଜନେତା ତଥା ବ୍ୟକ୍ତି ବିଶେଷଙ୍କୁ ଦେଖିବାକୁ ମିଳିଥିଲା । ସେଥିମଧ୍ୟରେ ରହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରମୁଖ ସଚିବ ଅସିତ ତ୍ରୀପାଠି ଓ ୫ଟି ସଚିବ ଭିକେ ପାଣ୍ଡିଆନ୍ ।
ବିବାହ ସ୍ଥଳୀରେ ପହଞ୍ଚି ଏହି ନବଦମ୍ପତ୍ତିଙ୍କୁ ଆର୍ଶିବାଦ ଦେଇଥିଲେ ରାଜ୍ୟପାଳ ପ୍ରଫେସର ଗଶେଣୀ ଲାଲ୍ ।
ଗତ ଜାନୁଆରୀ ମାସରେ ଉଭୟଙ୍କର ନିର୍ବନ୍ଧ ହୋଇଥିବା ବେଳେ ସେମାନଙ୍କର ମେହେନ୍ଦୀ ଓ ସଙ୍ଗୀତ ଉତ୍ସବର ଫଟୋ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା ।
ପଲ୍ଲବୀ ବୃତ୍ତିରେ ଜଣେ ଡାକ୍ତର ହୋଇଥିବା ବେଳେ ଅର୍ଦ୍ଧେନ୍ଦୁ ଉଭୟ ଓଡିଶା ଓ ବେଙ୍ଗଲି ଫିଲ୍ମ ଜଗତରେ ଜଣେ ଜଣାଶୁଣା ଅଭିନେତା । ୨୦୧୫ ମସିହାରେ ଦ୍ୱିଭାଷୀକ ଫିଲ୍କ ‘ଅ ଆ ଇ’ରେ ସେ ଡେବ୍ୟୁ କରିଥିଲେ । ଏହାବ୍ୟତିତ ‘ଟପୋରୀ’, ‘ବ୍ଲାକମେଲ୍’ ଓ ‘ମୁଁ ପରଦେଶୀ ଚଢେଇ’ରେ ମଧ୍ୟ ଅଭିନୟ କରିଛନ୍ତି ଅର୍ଦ୍ଧେନ୍ଦୁ ।
ଆସନ୍ତା ଫେବୃଆରୀ ୨୮ ତାରିଖରେ ନୟାପଲ୍ଲୀ ଇଡକଲ୍ ଗ୍ରାଉଣ୍ଡରେ ରିସେପସନ୍ ପାର୍ଟି ହେବ ବୋଲି ସୂଚନା ମିଳିଛି ।
Comments are closed.