Latest Odisha News

BREAKING NEWS

ଜମ୍ମୁ ବସଷ୍ଟାଣ୍ଡରେ ବିସ୍ଫୋରଣ: ୧ମୃତ, ୨୮ ଜଣ ଆହତ

ଜମ୍ମୁ: ଜମ୍ମୁ ସହରର ଜନଗହଳିପୂର୍ଣ୍ଣ ବସଷ୍ଟାଣ୍ଡରେ ଏକ ଗ୍ରେନେଡ଼ ବିସ୍ଫୋରଣ ଯୋଗୁଁ ଜଣେ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଥିବା ବେଳେ ୨୮ ଜଣ ଆହତ ହୋଇଛନ୍ତି । ଏହି ଆହତ ବ୍ୟକ୍ତିମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ବୋଲି ସୂତ୍ରରୁ ଜଣାପଡ଼ିଛି ।

ଜମ୍ମୁ ରାଜ୍ୟର ପୋଲିସ ଆଇଜି ଏମ କେ ସିହ୍ନା ଏହି ଘଟଣାକୁ ସ୍ୱୀକାର କରିବା ସହିିତ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ବସଷ୍ଟାଣ୍ଡର ପ୍ରସ୍ଥାନ ଯାଗାରେ ଠିକ୍ ମଧ୍ୟାହ୍ନ ସମୟରେ ଏକ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା । ଏହି ସ୍ଥାନଟିକୁ ଏବେ ସିଲ୍ କରିଦିଆଯାଇଥିବାର କହିଛନ୍ତି ଜମ୍ମୁ ପୋଲିସ ଆଇ ଜି ଏମ କେ ସିହ୍ନା ।

ସମସ୍ତ ଆହତ ବ୍ୟକ୍ତିମାନଙ୍କୁ ଜମ୍ମୁ ସରକାରୀ ମେଡ଼ିକାଲ କଲେଜକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିବାର ସୂଚନା ଦେଇ କହିଛନ୍ତି ଆଇ ଜି ।

ଏସମ୍ପର୍କରେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

Leave A Reply

Your email address will not be published.