Latest Odisha News

BREAKING NEWS

ଓଲିଉଡର ଏଲିନା, ଏବେ ବ୍ୟସ୍ତ ନାୟିକା…

ଓଡ଼ିଆ ଅଭିନେତ୍ରୀ ଏଲିନା ସାମନ୍ତରାୟ । ଓଲିଉଡର ଏବେ ମୋଷ୍ଟ ପପୁଲାର୍ ଓ ବ୍ୟସ୍ତ ନାୟିକା । ଟିଭି ରିଆଲିଟି ଶୋ’ରୁ ଓଲିଉଡ ହିରୋଇନ ହୋଇ ସଫଳତାର ପାହାଚ ଚଢି ଚାଲିଛନ୍ତି ଏଲିନା । ଅଭିନୟ ଜଗତର ସଫଳତାର ଶୀର୍ଷରେ ଏବେ ଏଲିନା । ଚୁଲବୁଲି ନାୟିକା ଏଲିନା କେବଳ ଯେ ତାଙ୍କର ମଡ଼ର୍ଣ୍ଣ ଲୁକ୍ସ୍ ପାଇଁ ନୁହେଁ ବରଂ ତାଙ୍କର ନିଖୁଣ ଅଭିନୟ ଲାଗି ଏବେ ଓଲିଉଡ଼ର ଜଣେ ବ୍ୟସ୍ତ ନାୟିକା ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି ।

‘କିଏ ହେବ ମୋ ହିରୋଇନ୍’ ନାମକ ଏକ ଟିଭି ରିଆଲିଟି ଶୋ’ରେ ବିଜୟିନୀ ହେଲା ପରେ ତାଙ୍କୁ ତରଙ୍ଗ ସିନେ ପ୍ରଡ଼କ୍ସନ ପକ୍ଷରୁ ‘ଇସ୍କ ହି ତୁ’ ଓଡ଼ିଆ ଫିଲ୍ମରେ ନାୟିକା ଭୁମିକା ମିଳିଥିଲା । ସେବେଠାରୁ ଆଉ ପଛକୁ ଫେରିନାହାନ୍ତି ସୁନ୍ଦରୀ ନାୟିକା ଏଲିନା ସାମନ୍ତରାୟ । ଗୋଟିଏ ପରେ ଗୋଟିଏ ଫିଲ୍ମରେ ଚମତ୍କାର ଅଭିନୟ କରି ଦର୍ଶକମାନଙ୍କ ହୃଦୟ ଜିଣିବାରେ ସକ୍ଷମ ହୋଇପାରିଛନ୍ତି ଏହି କ୍ୟୁଟ୍ ହିରୋଇନ୍ ଏଲିନା ।

ଓଲିଉଡ଼ର ଚୁଲବୁଲି ତଥା ସୁନ୍ଦରୀ ନାୟିକା ଏଲିନା ପ୍ରାୟ ଆଗଧାଡ଼ିର ସବୁ ଓଡ଼ିଆ ହିରୋଙ୍କ ନାୟିକା ଭାବେ ଅଭିନୟ କରିସାରିଛନ୍ତି । ଦିନଥିଲା ଅପରାଜିତା ଏବଂ ଅର୍ଚ୍ଚିତା ସାହୁ ଏହି ଗୌରବର ଅଧିକାରିଣୀ ହୋଇଥିଲେ । କିନ୍ତୁ ଏଲିନା ଏଇ କିଛି ବର୍ଷ ମଧ୍ୟରେ ପ୍ରାୟ ସବୁ ଟପ୍ ହିରୋଙ୍କ ସହିତ ଅଭିନୟ କରିସାରିଲେଣି । ଲାଜକୁଳୀ ଏଲିନା ଓଲିଉଡ଼ର ଟପ୍ ହିରୋ ଅନୁଭବ, ଅରିନ୍ଦମ୍, ବାବୁସାନ ତଥା ଚକଲେଟ୍ ହିରୋ ସବ୍ୟସାଚୀଙ୍କ ସହିତ ଅଭିନୟ କରିସାରିଲେଣି ।

ଏବେ ଦର୍ଶକଙ୍କ ପ୍ରଥମ ପସନ୍ଦ ହେଲେ ଏଲିନା । ନିଖୁଣ ଅଭିନୟ ସହିତ ମଡ଼ର୍ଣ୍ଣ ଲୁକ୍ସ ଏବଂ ଷ୍ଟାଇଲିଶ୍ ଅଙ୍ଗଭଙ୍ଗୀରେ ଏଲିନା ଓଡ଼ିଆ ଦର୍ଶକଙ୍କୁ ଖୁବ୍ ଶିଘ୍ର ଆପଣେଇ ନେଇଛନ୍ତି । ବାବୁସାନଙ୍କ ସହ ଅଭିନୟ କରିଥିବା ଫିଲ୍ମ୍ ‘ଲଭ୍ ଷ୍ଟେସନ୍’ ସୁପର୍ହିଟ୍ ହୋଇଥିଲା ।

ହିଟ୍ ସିନେମା ‘ଅଭୟ’ ଏବଂ ‘କାବୁଲା ବାରବୁଲା’ରେ ଷ୍ଟଣ୍ଟ୍ ହିରୋ ଅନୁଭବଙ୍କ ସହିତ ଚମକ୍ରାର ଅଭିନୟ କରି ପ୍ରଡ୍ୟୁସରଙ୍କ ନଜରରେ ରହିଲା ଏଲିନା । ଓଡ଼ିଆ ଦର୍ଶକମାନେ ଏବେ ପୋଷ୍ଟର୍ରେ ଖୋଜୁଛନ୍ତି ଏଲିନାଙ୍କୁ ।

ମିଠାହସ ଓ ଖୁସ୍ ମିଜାଜ୍ ଅଭିନୟରେ ଏଯାଏଁ ବାନ୍ଧିରଖିଛନ୍ତି ଏଲିନା ତାଙ୍କ ଅଗଣିତ ଦର୍ଶକଙ୍କୁ । ଏବେ ରଜରେ ‘ଫୋର୍ ଇଡ଼ିଅଟ୍ସ’ ଫିଲ୍ମରେ ହିରୋଇନ ଭାବେ ଆସୁଛନ୍ତି ଏଲିନା ସାମନ୍ତରାୟ ।

Leave A Reply

Your email address will not be published.