Latest Odisha News

BREAKING NEWS

ଜବରଦସ୍ତି ଚାନ୍ଦା ଆଦାୟ ବନ୍ଦ ହେବ, ଦୃଢ ପଦକ୍ଷେପ ନେବ ଓଡିଶା ପୋଲିସ

କଟକ : ପାର୍ବଣ ସମୟରେ ଚାନ୍ଦା ଆଦାୟ କରୁଥିବା ଆଦାୟକାରୀଙ୍କ ଉପରେ ଲଗାମ ଲଗାଇବା ପାଇଁ ଯୋଜନା କରିଛି ଓଡିଶା ପୋଲିସ । ଆଜି ଏନେଇ ପୋଲିସ ମହାନିର୍ଦ୍ଦେଶକ ଡକ୍ଟର ରାଜେନ୍ଦ୍ର ଶର୍ମା ସମସ୍ତ ଏସପି ଓ ଡିଏସପି ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ ପାର୍ବଣ ସମୟରେ ବିଭିନ୍ନ ଚାନ୍ଦା ଆଦାୟକାରୀମାନେ ଘରଘର ବୁଲି ଚାନ୍ଦା ଆଦାୟ କରିବା ସହ ରାଜପଥରେ ବିଭିନ୍ନ ଗାଡିମଟର ଗୁଡିକ ଠାରୁ ମଧ୍ୟ ଚାନ୍ଦା ଆଦାୟ କରିଥାନ୍ତି । ଫଳରେ ସାଧାରଣରେ ଲୋକମାନଙ୍କୁ ବେଳେବେଳେ ହଇରାଣ ହେବାକୁ ପଡିଥାଏ । ଫଳରେ ଚାନ୍ଦା ଆଦାୟକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଓଡିଶା ପୋଲିସ ସୂଚନା ଦେଇଛି ।

ଏଥିସହିତ କୌଣସି ଚାନ୍ଦା ଆଦାୟକାରୀଙ୍କ ବିରୋଧରେ ଏନେଇ ଅଭିଯୋଗ ହେଲେ ଆଇପିସିର ଦଫା ୩୮୪, ୩୮୬, ୩୮୭, ୩୯୨, ୩୯୪ ଏବଂ ୩୦୫ ଅନୁଯାୟୀ ମାମଲା ରୁଜୁ କରାଯିବ ।

ଅନ୍ୟପକ୍ଷରେ କୌଣସି ଗାଡି ଯେପରି ରାଜପଥ ଉପରେ ନରୁହେ ଏବଂ ଗାଡିଚାଳକ ମାନେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତିରେ ନପଡନ୍ତି, ସେନେଇ ଆଇଆଇସିମାନେ ଧ୍ୟାନ ଦେବେ ।

ଏହି ନିର୍ଦ୍ଦେଶାନାମା ଜାରି ସତ୍ତେ୍ୱ ଯଦି ଜିଲ୍ଲାର କୌଣସି ବରିଷ୍ଠ ଅଫିସର ଏହା ଦେଖନ୍ତି ତେବେ ଜିଲ୍ଲାର ଏସପି ଓ ଡିଏସପି ଏହି ବେଆଇନ ଚାନ୍ଦା ଆଦାୟକାରୀଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପୋଲିସ ଡିଜିପି କହିଛନ୍ତି ।

Leave A Reply

Your email address will not be published.