ଭୁବନେଶ୍ୱର: ଦକ୍ଷିଣାଞ୍ଚଳ ଆର୍ମି କମାଣ୍ଡର ଭାବେ ନିଯୁକ୍ତ ହୋଇଛନ୍ତି ବରିଷ୍ଠ ଓଡିଆ ସେନା ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ୍ ସିପି ମହାନ୍ତି । ଯାହା ଓଡିଶା ପାଇଁ ଅନ୍ୟତମ ଗୌରବ ।
ଶ୍ରୀ ମହାନ୍ତି ଲେଫ୍ଟନାଣ୍ଟ ଜେନେରାଲ୍ ଏସକେ ସାଇନିଙ୍କ ସ୍ଥାନ ନେବେ । ଅପରପକ୍ଷରେ ସାଇନି ଆସନ୍ତାକାଲି ସ୍ଥଳ ସେନା ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି ।
ଏହାବ୍ୟତିତ ଜେନେରାଲ୍ ମହାନ୍ତି ସମ୍ପ୍ରତି ଉତ୍ତର ଭାରତ ଏରିଆର କମାଣ୍ଡର ଭାବେ କାର୍ଯ୍ୟରତ ।
ଆହୁରି ମଧ୍ୟ ଶ୍ରୀ ମହାନ୍ତି ଅତ୍ୟନ୍ତ ସମ୍ବେଦନଶୀଳ ଚୀନ୍ ଓ ପାକିସ୍ତାନ ସୀମାରେ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ । ସେ ଆସାମ ସୀମାରେ ଆତଙ୍କବାଦ ବିରୋଧୀ ଅଭିଯାନରେ ମଧ୍ୟ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । କଙ୍ଗୋ ରାଷ୍ଟ୍ରରେ ଜାତିସଂଘ ସୁରକ୍ଷା ବଳ ଅନ୍ତର୍ଗତ ଏକ ସମ୍ବେଦନଶୀଳ ବ୍ରିଗେଡର ନେତୃତ୍ୱ ଜେନେରାଲ୍ ମହାନ୍ତି ସଫଳତାର ସହ ସମ୍ପାଦିତ କରିଥିଲେ ।
ଉଲ୍ଲେଖଯୋଗ୍ୟ, ଲେଫ୍ଟନାଣ୍ଟ ଜେନେରାଲ୍ ଆର୍ମି କମାଣ୍ଡର (ଜି.ଓ.ସି.ଇନ.ସି) ରୂପେ ଦ୍ୱିତୀୟ ଓଡିଆ ଅଫିସର ଅଟନ୍ତି ସିପି ମହାନ୍ତି ।
Comments are closed.