Latest Odisha News

BREAKING NEWS

ଜେଲରୁ ବାହାରିଲେ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍‌

କଟକ: ବହୁ ଚର୍ଚ୍ଚିତ ୨୦୧୮ ମସିହା ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେର ଶୁକ୍ରବାର ଦିନ ଜେଲରୁ ବାହାରିଛନ୍ତି ।

BjdElectrycity

ପ୍ରାପ୍ତ ସୂଚନାନୁଯାୟୀ ମା’ଙ୍କ ଶ୍ରାଦ୍ଧ ଲାଗି ପୁଞ୍ଜିଲାଲଙ୍କୁ ଜାନୁଆରୀ ୨୪ ତାରିଖରୁ ୨୮ ତାରିଖ ଯାଏଁ ଅର୍ଥାତ୍ ୪ ଦିନ ଲାଗି ଓଡିଶା ହାଇକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଏହି ଅବଧି ମଧ୍ୟରେ ପୁଞ୍ଜିଲାଲଙ୍କ ଉପରେ କଡା କଟକଣା ଲାଗୁ କରାଯାଇଛି ।

ଅଧିକ ପଢନ୍ତୁ: ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତଙ୍କୁ ମିଳିଲା ଜାମିନ; କୋର୍ଟ ରଖିଲେ ଏଭଳି ସର୍ତ୍ତ

ପୁଞ୍ଜିଲାଲଙ୍କ ମାଆ ଇନ୍ଦୁମତି ମେହେର କ୍ୟାନସରରେ ପୀଡିତ ରହିଥିବା ବେଳେ ଗତ ଜାନୁଆରୀ ୧୦ ତାରିଖ ଦିନ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସେହି ସମୟରେ ମା’ଙ୍କ ଅନ୍ତିମ ସଂସ୍କାର କରିବା ଲାଗି କୋର୍ଟ ପୁଞ୍ଜିଲାଲଙ୍କୁ ଗତ ଜାନୁଆରୀ ୧୨ ତାରିଖ ଦିନ ଗୋଟିଏ ଦିନ ଲାଗି ପାରୋଲରେ ଛାଡିଥିଲେ ।

ଉଲ୍ଲେଖଯୋଗ୍ୟ ବଲାଙ୍ଗରୀ ଜିଲ୍ଲା ଭୋଳାନାଥପଡା ଗ୍ରାମରେ ଗତ ୨୦୧୮ ମସିହା ଫେବୃଆରୀ ୨୩ ତାରିଖରେ ହୋଇଥିବା ପାର୍ସଲ ବୋମା ବିସ୍ଫୋରଣରେ ଘଟଣାରେ ସାରା ବଲାଙ୍ଗୀର ଏକପ୍ରକାର ଥରି ଉଠିଥିଲା ।

ବିବାହରେ ମିଳିଥିବା ଏକ ଉପହାରକୁ ଖୋଲୁଥିବା ବେଳେ ବିସ୍ଫୋରଣ ହେବାରୁ ନବବିବାହିତ ଦମ୍ପତି
ସୌମ୍ୟ ଶେଖର ସାହୁ ଓ ପତ୍ନୀ ରିମାରାଣୀ ଏବଂ ଜେଜେମା ଜେମାମଣୀ ଗୁରୁତର ଭାବେ ଆହତ ହୋଇଥିଲେ ।

Leave A Reply

Your email address will not be published.